ସାବିତ୍ରୀ ଅମାବାସ୍ୟା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ଭଦ୍ରକର ପ୍ରସିଦ୍ଧ ସାବିତ୍ରୀ ଆଦି ପୀଠ, ଲାଗିଛି ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼

ଭଦ୍ରକ (କେନ୍ୟୁଜ): ପବିତ୍ର ସାବିତ୍ରୀ ବ୍ରତ ପାଇଁ ଉତ୍ସବ ମୁଖରିତ ହୋଇ ପଡିଛି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅଧିନସ୍ଥ ଓଡ଼ଙ୍ଗ ପଞ୍ଚାୟତର ଥିବା ପ୍ରସିଦ୍ଧ ସାବିତ୍ରୀ ଆଦି ପୀଠ।ପୌରାଣିକ କିମ୍ବଦନ୍ତୀ ଅନୁଯାଇ ସତୀ ସାବିତ୍ରୀ ଓ ସତ୍ୟବାନ ଏଠାରେ ବିରାଜ ମାନ କରିଥିବା ଶ୍ରଦ୍ଧାଳୁ ଙ୍କ ବିଶ୍ୱାସ ରହିଛି. । ତେଣୁ ଆଜିର ଦିନରେ ମା ସାବିତ୍ରୀଙ୍କୁ ଦର୍ଶନ କଲେ ମା ସଧବା ନାରୀ ମାନଙ୍କୁ ଆଶୀର୍ବାଦ କରନ୍ତି ବୋଲି ବିଶ୍ୱାସ ରହିଛି। ତେଣୁ ଏହି ପୀଠରେ ଆଜି ସକାଳ ଠାରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ଭିଡ଼ ଲାଗିଛି।
କେବଳ ଭଦ୍ରକ ଜିଲ୍ଲା ନୁହେଁ ପଡୋଶୀ ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଆଦି ଜିଲ୍ଲା ମାନଙ୍କରୁ ବହୁ ଶ୍ରଦ୍ଧାଳୁ ଆସି ନିଜର ମନସ୍କାମନା ଜଣାଇଛନ୍ତି। ପତିବ୍ରତା ନାରୀ ମାନେ ଓପାସ ରଖି ନିଜ ସ୍ୱାମୀ ମାନଙ୍କ ସହିତ ଆସି ମା ସାବିତ୍ରୀଙ୍କୁ ଦର୍ଶନ କରିବା ସହିତ ପୂଜା କରି ବେଶ ଖୁସି ଅଛନ୍ତି। ତେବେ କରୋନା କଟକଣା ପାଇଁ ଦୁଇ ବର୍ଷ ହେଲା ଏହି ପୀଠ ବନ୍ଦ ରହିଥିଲା। ତେବେ କରୋନା କଟକଣା ଉଠିବ ପରେ ଏହି ପୀଠରେ ଚଳିତ ବର୍ଷ ପ୍ରବଳ ଜନ ସମାଗମ ହୋଇଛି। ଏଠାରେ ଏହି ଏହି ଉତ୍ସବ ୩ଦିନ ଧରି ପାଳନ କରାଯିବ। ତେଣୁ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।