ମାଲକାନଗିରି ପୋଟେରୁ ଫାଣ୍ଡିରେ ଅଘଟଣ: ନିଜ ସର୍ଭିସ୍ ରିଭଲଭରରୁ ଗୁଳି କରି ଜୀବନ ହାରିଲେ ଯବାନ

ମାଲକାନଗିରି(କେନ୍ଯୁଜ୍) : ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ । ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା ପୋଟେରୁ ଫାଣ୍ଡିରେ ଘଟିଛି। ମୃତ ଯବାନ ହେଲେ SSBNର କନଷ୍ଟେବଳ ଦୁର୍ଯୋଧନ ମାଝୀ । ପାରିବାରିକ କଳହରୁ ଦୁର୍ଯୋଧନ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି। ସୂଚନା ଅନୁଯାୟୀ, ବରଗଡ଼ ଅଞ୍ଚଳର ଦୁର୍ଯୋଧନ ପୋଟେରୁ ଫାଣ୍ଡିରେ କାର୍ଯ୍ୟରତ ଥିବା ବେଳେ ୭ ମାସ ପୂର୍ବେ ବିବାହ କରିଥିଲେ।

ଏହାପରେ ସେ କିଛି କିଛି ମାନସିକ ଅଶାନ୍ତି ରହୁଥିବା ସହକର୍ମୀଙ୍କ ପକ୍ଷରୁ ସୂଚନା ମିଳିଛି । ତେବେ ଆଜି ସକାଳୁ ହଠାତ୍‌ ସେ ନିଜ ସର୍ଭିସ୍ ରିଭଲଭରରୁ ନିଜକୁ ଗୁଳି କରିଦେଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ବେଳେ ଘଟଣାସ୍ଥଳରେ କାଲିମେଳା ଥାନା ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.