କୋଭିଡ୍‌ କଟକଣା ଭିତରେ JEE ମେନ୍‌, ଆସନ୍ତାକାଲି ୩୭ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ଆସନ୍ତାକାଲି ଜେଇଇ ମେନ୍‌ ପରୀକ୍ଷା । ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଏଥିପାଇଁ ୭ଟି ସହରର ୨୬ଟି ସେଣ୍ଟର କରାଯାଇଛି । କୋଭିଡ୍‌ ସ୍ଥିତିକୁ ଦେଖି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ସହ ସେମାନଙ୍କ ରହଣି ଓ ଖାଦ୍ୟପେୟର ବ୍ୟବସ୍ଥା କରାଯାଇଛି ।

କୋଭିଡ୍‌ କଟକଣା ଭିତରେ ହେବ ଜେଇଇ ମେନ୍‌ ପରୀକ୍ଷା। ପ୍ରସ୍ତୁତ ପରୀକ୍ଷା କେନ୍ଦ୍ର। ରାଜ୍ୟର ପ୍ରାୟ ୩୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୭ଟି ସହରରେ ୨୬ଟି ସେଣ୍ଟର ହୋଇଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଏବଂ ଢେଙ୍କାନାଳ । ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଛାତ୍ରଛାତ୍ରୀମାନେ ବସ୍‌ ଯୋଗେ ଆସି ସେଣ୍ଟରରେ ପହଞ୍ଚିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମାଗଣା ଯାତାୟାତ ଓ ରହଣି ପାଇଁ ପ୍ରଶାସନ ପକ୍ଷରୁ ସୁବିଧା ଯୋଗାଇ ଦିଆଯାଇଛି ।

ଭୁବନେଶ୍ୱରରେ ୬ଟି ପରୀକ୍ଷା କେନ୍ଦ୍ର ଓ ୮ଟି ରହଣି ସ୍ଥଳୀ କରାଯାଇଛି। ସେହିପରି ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠରେ ୪ଟି ସେଣ୍ଟର ହୋଇଛି। ସମ୍ବଲପୁରରେ ୪ଟି, ଢେଙ୍କାନାଳରେ ୨ଟି, ରାଉରକେଲାରେ ଗୋଟିଏ ଓ ବାଲେଶ୍ୱରରେ ୫ଟି ସେଣ୍ଟର ହୋଇଛି। ସବୁ ପରୀକ୍ଷା କେନ୍ଦ୍ରରେ କୋଭିଡ ନିରୀକ୍ଷକ ରହିବେ। ସେପଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଜେଇଇ ମେନ୍‌ ପରୀକ୍ଷା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.