ଯାଉଥିଲେ ପୋଲିସ ବାବୁ, ମଝି ରାସ୍ତାରେ ଜଗି ବସିଥିଲା ମଇଁଷି ! ପାଖକୁ ଆସିବା ପରେ ହେଲା ଏପରି

କେତେବେଳେ ଯେ କାହା ସହିତ କଣ ଘଟିବ ତାହା କେହି ବି ଜାଣିନାହାନ୍ତି। ମଣିଷର ଅଜାଣତରେ ତା ନିକଟକୁ ଅନେକ ବିପଦ ମାଡି ଆସିଥାଏ । ରାସ୍ତାରେ ଯାଉଥିବା ସମୟରେ ଟିକିଏ ବି ଅବହେଳା ଜୀବନକୁ ବିପଦରେ ପକାଇ ପାରେ। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖିଲା ପରେ ଆପଣ ବି ଏଣିକି ରାସ୍ତାରେ ଗଲାବେଳେ ହାତେ ମାପି ଚାଖଣ୍ଡେ ଚାଲିବେ।

ଏହି ଭିଡିଓରେ ଆପଣ ଦେଖୁଥିବା ଏହି ଦୃଶ୍ୟଟି ହେଉଛ ଉତ୍ତର ପ୍ରଦେଶ ସ୍ଥିତ ସମ୍ଭାଲ ପୋଲିସ ଷ୍ଟେସନର। ଏଠାରେ ଆପଣ ଦେଖିପାରୁଥିବେ ଗୋଟିଏ ମଇଁଷି ସେହି ପୋଲିସ ଷ୍ଟେସନ ପାଖରେ ଥିବା ଏକ ଗଛ ମୂଳରେ ଶାନ୍ତ ଭାବରେ ଛିଡା ହୋଇଛି। କିଛି ସେକେଣ୍ଡ ପରେ ଜଣେ ପୋଲିସକର୍ମୀ ନିଜ ବାଇକ ରେ ପୋଲିସ ଷ୍ଟେସନକୁ ଆଡକୁ ଯାଇଛନ୍ତି , ହଠାତ୍ ସେହି ସମୟରେ ଶାନ୍ତ ହୋଇ ଛିଡା ହୋଇଥିବା ସେହି ମଇଁଷିଟି ଦୌଡି ଆସି ସେହି ପୋଲିସ ଜଣଙ୍କୁ ନିଜ ସିଙ୍ଘରେ ଠେଲି ବାଇକରୁ ତଳେ ପକାଇ ଦେଉଛି।

ଖାଲି ସେତିକି ନୁହେଁ , ସେହି ମଇଁଷିଟି ଏତେ ଉତ୍ତେଜିତ ହୋଇ ଯାଇଛି ଯେ ସେହି ବ୍ୟକ୍ତିଙ୍କୁ ସେ ନିଜ ସିଙ୍ଘ ସାହାଯ୍ୟରେ ରାସ୍ତାର ଖଣ୍ଡେ ଦୂର ଘୋଷାଡିକି ନେଇ ଯାଉଛି। ଆପଣ ଦେଖିପାରୁଥିବେ ସେହି ସମୟରେ ଅନ୍ୟ ଏକ ପୋଲିସକର୍ମୀ ମଇଁଷିଟିକୁ ଘଉଡାଇ ଦେଉଛନ୍ତି। ତେବେ ସେହି ଦୁର୍ଘଟଣାରେ ପୋଲିସକର୍ମୀଙ୍କର କୌଣସି ପ୍ରକାର କ୍ଷତି ହୋଇ ନାହିଁ ବୋଲି ସେ କହିଛନ୍ତି ।

ତେବେ ଏହି ଭିଡିଓକୁ ଦେଖିବା ପରେ ଆପଣ ଏକଦମ୍‌ ସତର୍କ ହୋଇଯାନ୍ତୁ। ନଚେତ ଆପଣଙ୍କ ସାଙ୍ଗରେ ମଧ୍ୟ ଏହିଭଳି କିଛି ଦୁର୍ଘଟଣା ଯେ ନ ଘଟିବ ତାହା କେହି କହି ପାରିବେ ନାହିଁ। ତେଣୁ ରାସ୍ତାରେ ସର୍ବଦା ସଚେତନତା ଅବଲମ୍ବନ କରି ଆପଣ ଓ ଆପଣଙ୍କ ଆଖ ପାଖ ଲୋକଙ୍କୁ ଦୁର୍ଘଟଣାରୁ ରକ୍ଷା କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.