ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଝାରସୁଗୁଡା ଜିଲ୍ଲାର ଚାଷୀଙ୍କ ମୁହଁରେ ଫୁଟିଲା ହସ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଦୀପାଳି

ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଝାରସୁଗୁଡାର ୧୭ଟି ପଞ୍ଚାୟତ ଓ ପୋରାଞ୍ଚଳର ପ୍ରାୟ ୧୫ହଜାରରୁ ଅଧିକ ଚାଷୀଙ୍କୁ ଫସଲ ଜନିତ କ୍ଷତି ସହିବାକୁ ପଡିଥିଲା । ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ୧୫ ହଜାରରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବର୍ତ୍ତମାନ କ୍ଷତିପୂରଣ ବାବଦରେ ପ୍ରାୟ ୬୦ କୋଟିରୁ ଅଧିକ ଟଙ୍କା ମିଳିବ ।

କେନ୍ୟୁଜ୍(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ଓ ଚାଷୀ । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଝାରସୁଗୁଡା ଜିଲ୍ଲାର ଚାଷୀଙ୍କ ମୁହଁରେ ହସ ଫୁଟିଲା । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ଝାରସୁଗୁଡାର ୧୭ଟି ପଞ୍ଚାୟତ ଓ ପୋରାଞ୍ଚଳର ପ୍ରାୟ ୧୫ହଜାରରୁ ଅଧିକ ଚାଷୀଙ୍କୁ ଫସଲ ଜନିତ କ୍ଷତି ସହିବାକୁ ପଡିଥିଲା ।

ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିବା ପରେ ୧୫ ହଜାରରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବର୍ତ୍ତମାନ କ୍ଷତିପୂରଣ ବାବଦରେ ପ୍ରାୟ ୬୦ କୋଟିରୁ ଅଧିକ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀଙ୍କ ସମେତ କୃଷିମନ୍ତ୍ରୀ, ସମବାୟ ମନ୍ତ୍ରୀ, ବିଧାୟିକା ଓ ବିଭାଗୀୟ ସଚିବଙ୍କୁ କୃତଜ୍ଞତା ଜଣାଇଲେ ଝାରସୁଗୁଡ଼ାର ଚାଷୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.