ଗଞ୍ଜାମ: ଟିକରପଡା ଗାଁ ନିକଟରେ ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ନାବାଳକର ମୃତ୍ୟୁ

ଆଜି ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ଗଣ୍ଡ ଭିତରେ ପଡିଯାଇଥିଲେ ନନ୍ଦୁ । ଡ଼ଙ୍ଗା ସହାୟତାରେ ଖୋଜିବା ପରେ ନଦୀ ଭିତରୁ ମିଳିଥିଲା ମୃତଦେହ । ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମ୍‌ରେ ମଗର ଜାତୀୟ କୁମ୍ଭୀର ରହିଛନ୍ତି ।

ଗଞ୍ଜାମ(କେନ୍ୟୁଜ୍):  ନଦୀରେ ଗାଧୋଇବା ବେଳେ କୁମ୍ଭୀର ଟାଣି ନେଲା । କୁମ୍ଭୀର ଆକ୍ରମଣରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସେବକ ଟିକରପଡା ଗାଁ ନିକଟରେ ଥିବା ଘୋଡ଼ାହାଡ଼ ନଦୀରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ନନ୍ଦୁ ଗୌଡ଼ । ଆଜି ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇଥିଲେ । ନଦୀ ଗଣ୍ଡ ଭିତରେ ପଡିଯାଇଥିଲେ ନନ୍ଦୁ । ଡ଼ଙ୍ଗା ସହାୟତାରେ ଖୋଜିବା ପରେ ନଦୀ ଭିତରୁ ମିଳିଥିଲା ମୃତଦେହ । ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମ୍‌ରେ ମଗର ଜାତୀୟ କୁମ୍ଭୀର ରହିଛନ୍ତି । ତେଣୁ କୁମ୍ଭୀର ଆକ୍ରମଣରେ ନନ୍ଦୁଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.