ଲୋକପ୍ରିୟ ଯାତ୍ରା କଳାକାର ଭିକୁ ସେଠ୍‌ଙ୍କ ପରଲୋକ

ଆଉ ନାହାନ୍ତି ‘ଶାଗୁଣା ବସିଛି ଡେଣା ମେଲେଇ ଯାତ୍ରା’ ର ଜଣାଶୁଣା କଳାକାର ଭିକୁ ସେଠ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସପିଟାଲ ନେବା ସମୟରେ ବାଟରେ ମୃତ ଘଟିଥିଲା ବୋଲି ସମ୍ପର୍କୀୟ ସୂଚନା ଦେଇଛନ୍ତି। ମୃତ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ମହେନ୍ଦ୍ର ଦାସ ଓରଫ ଭିକୁ ନାମରେ ଘରେ ଘରେ ବେଶ ପରିଚିତ ଥିଲେ।

ଭିକୁ ସେଠ ଦୀର୍ଘ ୩୦ ବର୍ଷ ଧରି ଯାତ୍ରା ଜଗତରେ କାମ କରିଥିଲେ। ତାଙ୍କର ଜଣାଶୁଣା ଯାତ୍ରା ଡାଏଲଗ ‘ ଶାଗୁଣା ବସିଛି ଡେଣା ମେଲାଇ, ନାଁ ଟା ତାହେଲେ ମିନା, ଭଲ ନାଚିଲ’ ଇତ୍ୟାଦି ବେଶ ଜଣାଶୁଣା। ସେ ଅନେକ ଦିନ ଧରି କଳିଙ୍ଗ ଗଣନାଟ୍ୟରେ କାମ କରୁଥିଲେ। ସେ ତାଙ୍କ ଯାତ୍ରା ଜୀବନରେ କେବଳ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଏହାଛଡା ପାର୍ବତୀ ଗଣନାଟ୍ୟ ଏବଂ ଧଉଳି ଗଣନାଟ୍ୟ କାମ କରିଥିଲେ ଭିକୁ ସେଠ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.