ଅବସର ନେଲେ ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା

କଟକ(କେନ୍ଯୁଜ୍): ଅବସର ନେଲେ ଜଷ୍ଟିସ୍‌ କୁମାରୀ ସଞ୍ଜୁ ପଣ୍ଡା । ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଅବସର ନେଇଛନ୍ତି । ଏଥିସହ ମାସକ ଭିତରେ ୨ବିଚାରପତି ଅବସର ନେଲେଣି । ମାସକ ପୂର୍ବରୁ ବିଚାରପତି ଜଷ୍ଟିସ୍‌ ପ୍ରଥମ ପଟ୍ଟନାୟକ ଅବସର ଗ୍ରହଣ କରିଥିଲେ । ଏବେ ଜଷ୍ଟିସ୍‌ ପଣ୍ଡାଙ୍କ ଅବସର ପରେ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୧୩କୁ ଖସିଛି ।

high courtହାଇକୋର୍ଟ ବାର୍‌ ଆସୋସିଏସନ ପକ୍ଷରୁ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଜଷ୍ଟିସ୍‌ ପଣ୍ଡା ୨୦୦୭ ମସିହାରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଥିଲେ । ୨୦୨୦ରେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ । ଉତ୍କଳ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଗତ ଏପ୍ରିଲ ୩ତାରିଖରେ ଡକ୍ଟରେଟ୍‌ ଉପାଧିରେ ସମ୍ମାନୀତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.