ଧାର୍ଯ୍ୟ ସମୟରେ ହେବନି ଭାରତ-ଶ୍ରୀଲଙ୍କା ସିରିଜ, ଜାଣନ୍ତୁ କ’ଣ ପାଇଁ ଆଗକୁ ବଢିଲା ତାରିଖ

କ୍ରିକେଟ ପ୍ରେମୀଙ୍କ ପାଇଁ ନୈରାଶ୍ୟଜନକ ଖବର। ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ସିରିଜ ଧାର୍ଯ୍ୟ ସମୟରେ ଆରମ୍ଭ ହେବନାହିଁ । ଶ୍ରୀଲଙ୍କା ଟିମର ଡାଟା ଆନାଲିଷ୍ଟ ଓ ବ୍ୟାଟିଂ କୋଚ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ନିଷ୍ପତ୍ତି ନଆଯାଇଛି। ଫଳରେ ସିରିଜର ସିଡ୍ୟୁଲ ପୁଣିଥରେ କରାଯିବ। ପ୍ରଥମ ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେବାକୁ ଥିଲା। ଏହା ଜୁଲାଇ ୧୭ କିମ୍ବା ୧୮ରେ ଆରମ୍ଭ ହୋଇପାରେ।

ଶ୍ରୀଲଙ୍କାର ଡାଟା ଆନାଲିଷ୍ଟ ଜିଟି ନିରୋଶନ, ବ୍ୟାଟିଂ କୋଚ୍ ଗ୍ରାଣ୍ଟ ଫ୍ଲାୱାର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଇଂଲଣ୍ଡରୁ ଫେରିଥିବା ଅନ୍ୟ ଖେଳାଳି ବର୍ତ୍ତମାନ କ୍ଵାରେଣ୍ଟାଇନରେ ଅଛନ୍ତି।

ସୂଚନା ଅନୁଯାୟୀ, ଦିନିକିଆ ମ୍ୟାଚ ଜୁଲାଇ ୧୭, ୧୯ ଓ ୨୧ ରେ ହୋଇପାରେ। ଟି-୨୦ ମ୍ୟାଚ୍ ଜୁଲାଇ ୨୪,୨୫ ଓ ୨୭ରେ ଖେଳାଯାଇପାରେ। ପୂର୍ବରୁ ସିରିଜର ପ୍ରଥମ ମ୍ୟାଚ୍ ୧୩ ତାରିଖରେ ଓ ଶେଷ ମ୍ୟାଚ୍ ୨୫ ତାରିଖରେ ଖେଳାଯିବାକୁ ଧାର୍ଯ୍ୟ ହୋଇଥିଲା। ତେବେ ଏହି ମାମଲାରେ ବିସିସିଆଇ ଶ୍ରୀଲଙ୍କା ବୋର୍ଡକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.