କାକଟପୁରରେ ପାଳିତ ହୋଇଛି ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ନେତ୍ରୋତ୍ସବ ମେଳା, ଯୋଗ ଦେଇଛନ୍ତି ଶହ ଶହ ଭକ୍ତ

ଆଜି ଚୈତ୍ର ମାସର ପ୍ରଥମ ମଙ୍ଗଳବାର। ଏହାରି ମଧ୍ୟରେ ଆରମ୍ଭ ହୋଇଛି କାକଟପୁର ବାସିନୀ ମାଆ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା।ଏହି ଯାତ୍ରା ଦୀର୍ଘ ୧ମାସ ପର୍ଯ୍ୟନ୍ତ ଚାଲିବ। ପରମ୍ପରା ଅନୁଯାୟୀ ଆଜି ପ୍ରଥମ ପାଳିଯାତ୍ରାର ନେତ୍ରୋତ୍ସବ ବା ନେତ ବନ୍ଧା ଉତ୍ସବ ଅନୁଷ୍ଠିତ ହୋଇଛି। ନିୟମ ଅନୁଯାୟୀ ପାଳିଆ ସେବକମାନେ ମାଆଙ୍କ ପୁରୁଣା ନେତକୁ ବାହାର କରି ନୂଆ ନେତକୁ ମନ୍ଦିର ଚୂଡାରେ ସ୍ଥାପନ କରିଥିଲେ । ଘଣ୍ଟଘଣ୍ଟା ବାଦ୍ୟନୃତ୍ୟରେ ସେବକ ମାନେ ବେଢ଼ାରେ ୩ ଥର ପରିକ୍ରମା କରିବା ପରେ ଉପରକୁ ଯାଇ ନୂଆ ନେତ ବାନ୍ଧ ିଥିଲେ।

ଏହିସମୟରେ ମାଆ ରାଜରାଜେଶ୍ୱରୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବା ସହ ମାଆଙ୍କ କୃପା ଲାଭ କରିଛନ୍ତି। ତେବେ କରୋନା ମହାମାରୀ ପ୍ରଭାବରେ ଗତ ୨ ବର୍ଷ ହେଲା ଏହି ଯାତ୍ରା ଠିକ ଭାବେ ଅନୁଷ୍ଠିତ ହୋଇପାରୁନଥିଲା। କିନ୍ତୁ କରୋନା କଟକଣା ହଟିଲା ପରେ ଚଳିତ ବର୍ଷ ମାଆଙ୍କ ଏହି ପର୍ବକୁ ପାଳନ କରାଯାଇଛି।

ଆଜି ସକାଳୁ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମନ୍ଦିରକୁ ଆସି ମାଆଙ୍କୁ ଦର୍ଶନ କରିବା ସହିତ ମାଆଙ୍କ ନେତ୍ରୋତ୍ସବରେ ସାମିଲ ହୋଇଥିଲେ। ଏହାସହ ଗୋପାଳ ଭାଇମାନଙ୍କ ଲଡଡ଼ି ଖେଳ , ପନ୍ଥେଇ ପୂଜା ସହ ମନ୍ଦିର ପରିସରରେ ପାଟୁଆ ନୃତ୍ୟକୁ ଭକ୍ତମାନେ ମନଭରି ଉପଭୋଗ କରିଛନ୍ତି।

ଆଜି ଚୈତ୍ର ମାସର ପ୍ରଥମ ପାଳି ଝାମୁ ଯାତ୍ରାକୁ ଓଡ଼ିଶାର ଘରେ ଘରେ ମହିଳା ମାନେ ମଙ୍ଗଳବାର ଓଷା ମାନେ ପନ୍ଥେଇ ପୂଜା ଭାବେ ବ୍ରତ ରଖିଥାନ୍ତି। ପରିବାରର ଶୁଭ ମନାସି ନିଜର ସନ୍ତାନ ଓ ପରିବାର ପାଇଁ ଏହି ବ୍ରତ ରଖାଯାଏ। ଏହାସହ ମାଆ ଶାରଳାଙ୍କ ପୀଠରେ ମଧ୍ୟ ପାଟୁଆ ନୃତ୍ୟକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ।

୨ ବର୍ଷ ପରେ କରୋନା ପ୍ରକୋପରେ ମାଆଙ୍କ ଏହି ଯାତ୍ରାକୁ ଭକ୍ତମାନେ ଦେଖିବାକୁ ବଞ୍ଚିତ ଥିଲେ। କରୋନା ପ୍ରକୋପ କମିବା ପରେ ଏହି ଯାତ୍ରାକୁ ଉପଭୋଗ କରିବାକୁ ମାଆଙ୍କ ପାଖକୁ ଧାଇଁଆସିଛନ୍ତି ଭକ୍ତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.