‘ପ୍ରଶ୍ନରେ ସମ୍ବିତ ଏତେ ବିଚଳିତ କାହିଁକି’, ପ୍ରଶ୍ନ କଲେ ସାଂସଦ କଳିକେଶ ସିଂହଦେଓ

ଭୁବନେଶ୍ବର (କେନ୍ୟୁଜ୍) : ରାଫେଲ ପ୍ରସଙ୍ଗରେ ଲୋକସଭାରେ ପ୍ରଶ୍ନ କରିଥିଲେ ବିଜେଡି ସାଂସଦ କଳିକେଶ ନାରାୟଣ ସିଂହଦେଓ। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ସଭାରେ ମଧ୍ୟ ଉଠାଇଲେ ସମାନ ପ୍ରସଙ୍ଗ। ୟୁରୋ ଫାଇଟର ଭାରତକୁ ଯୁଦ୍ଧ ବିମାନ ଯୋଗାଇବା ପାଇଁ ଯୋଗ୍ୟ ଓ କାହିଁକି ୟୁରୋ ଫାଇଟର କିଣାଗଲା ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଏଥିରେ ପ୍ରତିକ୍ରିୟା ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଳିକେଶଙ୍କୁ ଆକ୍ଷେପ କରିଥିଲେ। ସମ୍ବିତଙ୍କ ମନ୍ତବ୍ୟର ଜବାବ ରଖିଛନ୍ତି କଳିକେଶ। କହିଛନ୍ତି, ବିରୋଧୀ ଦଳର ସଦସ୍ୟ ଭାବେ ସଂସଦରେ ସେ ପ୍ରଶ୍ନ କରିଥିଲେ। ତାଙ୍କ ପ୍ରଶ୍ନରେ ସମ୍ବିତ ଏତେ ବିଚଳିତ କାହିଁକି ବୋଲି ପ୍ରଶ୍ନ କରିଛନ୍ତି କଳିକେଶ।