Below header

କିଟ୍‌ କ୍ୟାମ୍ପସରେ ଉଦଘାଟିତ ହେଲା ଚତୁର୍ଥ କଳିଙ୍ଗ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ, ଯୋଗ ଦେଲେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ

କେନ୍ୟୁଜ୍(ବ୍ୟୁରୋ): କିଟ୍‌ କ୍ୟାମ୍ପସରେ ଉଦଘାଟିତ ହୋଇଛି ଚତୁର୍ଥ ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲ । କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନସେସ୍‌ ପକ୍ଷରୁ ଆୟୋଜିତ ଏହି ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲରେ ଉଦଘାଟନୀ ସଂଧ୍ୟାରେ ଉପସ୍ଥିତ ଅଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, ସାଂସଦ ଅନୁଭବ ମହାନ୍ତି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତୀ ବେହେରା, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ, ରାଜ୍ୟ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଏଫଟିଆଇଆଇ, ପୁଣେର ପ୍ରଫେସର ପଙ୍କଜ ସକ୍‌ସେନା ଓ କିଟ୍‌ ସ୍କୁଲ ଅଫ୍‌ ଫିଲ୍ମ ଆଣ୍ଡ ମିଡିଆ ସାଇନସେସ୍‌ର ସିଇଓ ହିମାଂଶୁ ଖଟୁଆ । ଫେଡେରେସନ ଅଫ୍‌ ଫିଲ୍ମ ସୋସାଇଟିସ୍‌ ଅଫ୍‌ ଇଣ୍ଡିଆ ସହଯୋଗରେ ଆୟୋଜିତ ହୋଇଥିବା ଏହି ଗ୍ଲୋବାଲ ଫିଲ୍ମ ଫେଷ୍ଟିଭାଲରେ ସିନେମା ଓ ଗଣମାଧ୍ୟମର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି । ୫ ଦିନ ଧରି ଚାଲିବାକୁ ଥିବା ଏହି ଫିଲ୍ମ ଫେଷ୍ଟିଭାଲରେ ବିଭିନ୍ନ ଦେଶରୁ ଆସିଥିବା ୫୦ରୁ ଅଧିକ କ୍ଷୁଦ୍ର ଚଳଚ୍ଚିତ୍ର ଓ ୧୫ଟି ଫିଲ୍ମ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟତଃ ଏହି ଚଳଚ୍ଚିତ୍ରଗୁଡ଼ିକ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିର୍ମାଣ ହୋଇଛି । ଏଥିରେ ବେଷ୍ଟ ମୁଭିକୁ ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.