Below header

ସମ୍ବଲପୁର: ଧନୁପାଲି ସାକ୍ଷୀପଡ଼ାରେ ବିବାହିତ ମହିଳା ଆରତୀ ଦେବୀ ନିଖୋଜ ଘଟଣାର ଖୋଲିଲା ଗୁମର,ହତ୍ୟା କରି ପୋତିଥିଲା ସ୍ୱାମୀ

ସମ୍ବଲପୁର(କେନ୍ୟୁଜ୍): ଧନୁପାଲି ସାକ୍ଷୀପଡ଼ାରେ ବିବାହିତ ମହିଳା ଆରତୀ ଦେବୀ ନିଖୋଜ ଘଟଣାର ଗୁମର ଖୋଲିଛି। ମହିଳାଙ୍କୁ ହତ୍ୟା କରିବା ପରେ ପୋତି ଦେଇଥିଲା ସ୍ୱାମୀ କୁନାଲ ସିଂହ। ଘରଠାରୁ ୫ କିଲୋମିଟର ଦୂରରେ ମହିଳାଙ୍କ ମୃତଦେହକୁ ପୋତିବା କଥା ସ୍ୱାମୀ ମାନିଥିଲା। ୭ ଦିନ ପରେ ଆଜି ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ପହଞ୍ଚି ମାଟି ତଳୁ ମୃତଦେହ ଉଦ୍ଧାର କରିଛି। ବର୍ଷେ ତଳେ କୁନାଲଙ୍କୁ ବିବାହ କରିଥିବା ଆରତୀ ନିଖୋଜ ହେବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାପରେ କୁନାଲଙ୍କୁ ଅଟକ ରଖି ପଚରା ଉଚରା କରୁଥିଲା ପୋଲିସ। ପାରିବାରିକ କଳହ କାରଣରୁ ପତ୍ନୀଙ୍କୁ ହତ୍ୟା କରିଥିବା କଥା ସ୍ୱିକାର କରିଛି କୁନାଲ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.