ମେଡିକାଲ କଲେଜ ପରିଦର୍ଶନ କଲେ କନ୍ଧମାଳ ସାଂସଦ, ସବୁ କାର୍ଯ୍ୟ ଦେଖି ଜାହିର କଲେ ଖୁସି

ଫୁଲବାଣୀ(କେନ୍ୟୁଜ୍): ମେଡିକାଲ କଲେଜ ପରିଦର୍ଶନ କଲେ କନ୍ଧମାଳ ସାଂସଦ । କନ୍ଧମାଳ ଜିଲ୍ଲା ଫୁଲବାଣୀର ତିଳିକପଡାଠାରେ ନିର୍ମାଣଧିନ ସରକାରୀ ମେଡିକାଲ କଲେଜର ସ୍ଥିତି ଅନୁଧ୍ୟାନ କରିଛନ୍ତି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ମେଡିକାଲ କଲେଜର କାର୍ଯ୍ୟ ଦେଖି ଖୁସି ଜାହିର କରିଛନ୍ତି ।

୬୫୦ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜର ନିର୍ମାଣ ଦାୟିତ୍ୱ ମୁମ୍ବାଇର ଏକ ଘରୋଇ କମ୍ପାନି ସପୁରଜି ପାଲମଜିକୁ ଦିଆଯାଇଛି । ୫୨ ଏକର ଜମିରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ଫେବୁଆରୀ ୨୦୨୪ ସୁଧା କାର୍ଯ୍ୟ ସମାପ୍ତି ପାଇଁ ସମୟ ଧାର୍ଯ୍ୟ ହୋଇଛି ।

ବର୍ତ୍ତମାନ ସୁଧା ମେଡିକାଲ କଲେଜର ୧୫ଟି ବ୍ଲକରୁ ୧୩ଟି ବ୍ଲକର କାର୍ଯ୍ୟ ପ୍ରାୟ ୭୦ଭାଗ ସରିଛି । ଆଉ ୨ଟି ବ୍ଲକର କାର୍ଯ୍ୟ ଆରମ୍ଭ ହୋଇଛି । ଏହି କଲେଜ ହେବା ପରେ କନ୍ଧମାଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ସୁଧୁରିବା ଆଶା ରଖାଯାଇଛି । ଫୁଲବାଣୀ PWD ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏହି କାର୍ଯ୍ୟର ତଦାରଖ ଦାୟିତ୍ୱ ଦିଆଯାଇଛି । ୨୦୨୦ରେ ମୁଖ୍ୟମନ୍ତ୍ରୀ ଏହି ମେଡିକାଲ କଲେଜ ନିର୍ମାଣ ପାଇଁ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.