ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ହାତ ବାନ୍ଧି ଗାଁ ବୁଲାଇଲେ ଗ୍ରାମବାସୀ, ଭିଡିଓ ଭାଇରାଲ ପରେ ୫ ଗିରଫ

ମାଲକାନଗିରି(କେନ୍ୟୁଜ): ଗାଁ ଭିତରେ କଙ୍ଗାରୁ କୋର୍ଟ । ପ୍ରେମୀ ଯୁଗଳଙ୍କୁ ଉଲଗ୍ନ କରି ହାତ ବାନ୍ଧି ଗାଁରେ ବୁଲାଇଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଛତିଶଗଡ଼ ସୀମାନ୍ତ କୋଣ୍ଡାଗାଓ ଜିଲ୍ଲାରେ ।

ଉରଣ୍ଡାବେଡା ଥାନା ବଡ଼ଗୋଇ ଗାଁର ଜଣେ ବିବାହିତ ପୁରୁଷଙ୍କ ସହ ସେହି ଗାଁର ଅନ୍ୟ ଜଣେ ମହିଳାଙ୍କ ପ୍ରେମ ସମ୍ପର୍କ ରହିଥିଲା । ତେବେ ଉଭୟଙ୍କୁ ଗୋଟିଏ ଘରେ ଏକାଠି ପାଇ ସେମାନଙ୍କୁ ଘରୁ ବାହାର କରି ନିସ୍ତୁକ ମାଡ଼ ମାରିଥିଲେ ଗ୍ରାମବାସୀ ।

ଏପରିକି ବାଉଁଶରେ ଉଭୟଙ୍କ ହାତ ବାନ୍ଧି ଗାଁ ସାରା ବୁଲାଇଥିଲେ । ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଗାଁରେ ପହଞ୍ଚି ପ୍ରେମିକଙ୍କ ସ୍ତ୍ରୀ ସହ ୫ ଜଣଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.