ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼

ପୁରୀ(କେନ୍ୟୁଜ୍): ଆଜିଠୁ ଆରମ୍ଭ ହୋଇଛି ଧର୍ମ ମାସ କାର୍ତ୍ତିକ । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ପୁରୀରେ ହବିଷିଆଳିଙ୍କ ଭିଡ଼ । ଶ୍ରୀକ୍ଷେତ୍ରରେ ମାସେ ଧରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ପାଳନ କରିବେ । ସଂକଳ୍ପ କରି ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ତୁଳସୀ ଚଉରାମୂଳେ ରାଇଦମୋଦରଙ୍କୁ ପୂଜା କରି ମାସଟାଯାକ ଆଧ୍ୟାତ୍ମିକ ଭାବରେ ବାନ୍ଧି ହୋଇରହିବେ। ପୁରୀ ପ୍ରଶାସନ ପକ୍ଷରୁ ହୋଇଥିବା ୫ଟି କେନ୍ଦ୍ରରେ ଅଛନ୍ତି ୨୯୩୫ ଜଣ ହବିଷିଆଳି । ସେମାନଙ୍କ ରହଣୀ, ଶ୍ରୀଜିଉଙ୍କୁ ଦର୍ଶନ, ମହାପ୍ରସାଦ ସେବନ ଓ ଆଧ୍ୟାତ୍ମିକ ଆଲୋଚନା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

habisa

 

ହବିଷିଆଳିଙ୍କ ସ୍ଥାୟୀ ରହଣି କେନ୍ଦ୍ର ଭାବେ ନୂତନ ଭାବେ ନିର୍ମାଣ ହୋଇଛି ବୃନ୍ଦାବତୀ ନିବାସ। ଚଳିତ ବର୍ଷ ପ୍ରଥମ କରି ଏଠାରେ ହବିଷିଆଳିମାନେ ରହିବେ। ଆଜି ସନ୍ଧ୍ୟାରେ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ବୃନ୍ଦାବତୀ ନିବାସର ଲୋକାର୍ପଣ ଏବଂ ହବିଷିଆଳି ବ୍ରତର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ହବିଷିଆଳିମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି । ପ୍ରତି ରହଣୀ ସ୍ଥାନରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ନଭେମ୍ବର ୮ ତାରିଖ ଯାଏ ରାଇଦାମୋଦର ପୂଜା ଓ ହବିଷିଆଳି ବ୍ରତ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.