ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସବୁ ସେବାୟତଙ୍କ ଭିତରେ ସହଯୋଗ ରଖି ମହାପ୍ରଭୁଙ୍କ ନୀତିକୁ ସୁରୁଖୁରୁରେ ସମ୍ପାଦନ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି । ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ଦ୍ଵାରଫିଟା, ପରେ ମଙ୍ଗଳା ଆରତୀ, ମଇଲମ, ତଡପ ଲାଗି, ଅବକାଶ ପରେ ରାଧାଦାମୋଦର ବେଶ ଅନୁଷ୍ଠିତ ହେବ ।

ମଧ୍ୟାହ୍ନ ଧୂପ, ଦ୍ଵିତୀୟ ଭୋଗମଣ୍ଡପ ପରେ ଦିବା ପହୁଡ ଏବଂ ସନ୍ଧ୍ୟ ଆରତୀ, ସନ୍ଧ୍ୟା ଧୂପ, ବଡ଼ସିଂହାର ବେଶ ଆଦି ନୀତି କରାଯିବ । ଆଜିବାଙ୍କଚୂଡାବେଶ, ୨୭ରେ ନାଗାର୍ଜୁନ ବେଶ, ୨୮ତାରିଖରେ ତ୍ରିବିକ୍ରମ ବେଶ, ୨୯ରେ ଲକ୍ଷ୍ମୀନୃସିଂହ ବେଶ ଶେଷରେ ୩୦ତାରିଖରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.