Below header

ଯାଜପୁରରେ ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ୭ମ ବାର୍ଷିକ କଳ୍ପତରୁ ଦାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କେଡିଏମ ଟ୍ରଫି ଉନ୍ମୋଚିତ

ଯାଜପୁର (କେନ୍ୟୁଜ): ରଙ୍ଗାରଙ୍ଗ ପରିବେଶ ମଧ୍ୟର ଉନ୍ମୋଚିତ ହୋଇଛି କେଡିଏମ ଟ୍ରଫି । ଯାଜପୁର ଜିଲ୍ଲା ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ୍ରେ ଆଜି ସନ୍ଧ୍ୟାରେ ସପ୍ତମ ବାର୍ଷିକ କଳ୍ପତରୁ ଦାସ ମେମୋରିଆଲ କ୍ରିିକେଟ୍ ଟୁର୍ଣ୍ଣାମେଂଟର ଟ୍ରଫି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଅତିଥିଭାବେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଢେଙ୍କାନାଳ ବିଧାୟକ ସୁଧିର ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ୍, ବାଙ୍କି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, କଟକ ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ, କୋରେଇ ବିଧାୟକ ଅଶୋକ ବଳ, ବରୀ ବିଧାୟିକା ସୁନନ୍ଦା ଦାସ, ପୂର୍ବତନ ସାଂସଦ ରୀତା ତରାଇ ପ୍ରମୁଖ ଯୋଗଦେଇ ଟ୍ରଫି ଉନ୍ମୋଚନ କରିଥିଲେ ।

jajpur2 ଚଳିତ ବର୍ଷ ଏହି କ୍ରିକେଟ ଟୁର୍ଣ୍ଣାମେଂଟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ୫୪ଗୋଟି ପଂଚାୟତ, ବରୀ ନିର୍ବାଚନ ମଣ୍ଡଳୀର ୧୦ଗୋଟି ପଂଚାୟତ ଏବଂ କୋରେଇ ନିର୍ବାଚନ ମଣ୍ଡଳୀର ୯ଗୋଟି ପଂଚାୟତ ମୋଟ ୭୩ଟି ପଂଚାୟତର ଖେଳାଳୀମାନେ ଅଂଶଗ୍ରହଣ କରିବେ । ଏନେଇ ୮ଗୋଟି ଖେଳପଡିଆରେ ଲିଗ୍ ମ୍ୟାଚ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ଟୁର୍ଣ୍ଣାମେଂଟ ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ଜାନୁଆରୀ ମାସ ୯ ତାରିଖରେ ଉଦ୍ଯାପିତ ହେବ ।

jajpur kdm

ଦିବଂଗତ ନେତା କଳ୍ପତରୁ ଦାସଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ସହ ଗ୍ରାମାଂଚଳରେ ରହିଥିବା କ୍ରୀଡା ପ୍ରତିଭାମାନଙ୍କୁ ଆଗକୁ ଆଣିବା ଏହି ଟୁର୍ଣ୍ଣାମେଂଟର ମୂଳ ଲକ୍ଷ୍ୟ । ଏହି ଟ୍ରଫି ଉନ୍ମୋଚନ ଉତ୍ସବରେ ଅଂଶ ଗ୍ରହଣ କରିବାକୁ ଥିବା ଖେଳାଳୀମାନଙ୍କ ସହ ଧର୍ମଶାଳା, ବରୀ, ରସୁଲପୁର ଓ କୋରଇ ବ୍ଲକର ନେତୃମଣ୍ଡଳୀମାନେ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.