ଏହି ତାରିଖରେ ଜନ୍ମିତ ବ୍ୟକ୍ତି ହୋଇଥାନ୍ତି ପରିଶ୍ରମୀ ଓ ଅହଂକାରୀ,ରହିଥାଏ ରାହୁଙ୍କର ପ୍ରଭାବ

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁସାରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଜଣାଯାଏ । ଠିକ୍‌ ସେହିପରି ଅଂକଶାସ୍ତ୍ରରେ ଜନ୍ମ ତାରିଖ ଜରିଆରେ ବ୍ୟକ୍ତିର ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଜଣାଯାଇଥାଏ । ଅଂକଶାସ୍ତ୍ର ଅନୁସାରେ କୌଣସି ବି ମାସର ୪, ୧୩,୨୨ ଓ ୩୧ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ମୂଳାଙ୍କ ୪ ହୋଇଥାଏ ।

ଏହି ମୂଳାଙ୍କର ସ୍ୱାମୀ ଗ୍ରହ ରାହୁ ହୋଇଥାନ୍ତି । ଏହି ମୂଳାଙ୍କ ବାଲାଙ୍କ ଉପରେ ରାହୁଙ୍କର ପୂର୍ଣ୍ଣ ପ୍ରଭାବ ରହିଥାଏ । ଫଳରେ ଏହି ଜାତକମାନେ ଅଂହକାରୀ ଓ ପରିଶ୍ରମୀ ହୋଇଥାନ୍ତି । ଆସନ୍ତୁ ଜାଣିବା କୌଣସି ବି ମାସର ୪,୧୩,୨୨ ଓ ୩୧ ତାରିଖରେ ଜନ୍ମିତ ବ୍ୟକ୍ତିଙ୍କ ବିଷୟରେ ବହୁତ କିଛି …।

. ଏହି ତାରିଖରେ ଜନ୍ମିତ ବ୍ୟକ୍ତି ପରିଶ୍ରମୀ ହୋଇଥାନ୍ତି ।

. ଏମାନେ ଜିଦି ସ୍ୱଭାବର ହୋଇଥାନ୍ତି ।

. ପରିଶ୍ରମୀ ହେବା କାରଣରୁ ସଫଳତା ବି ପାଇଥାନ୍ତି ।

. ଏମାନଙ୍କୁ ଯେଉଁ ଜିନିଷ ପସନ୍ଦ ଆସିଯାଏ, ଏମାନେ ଏହାକୁ ହାସଲ କରିବା ପାଇଁ କିଛି ବି ସ୍ଥିତିକୁ ଯାଇପାରନ୍ତି ।

. ଏମାନେ ଟିକେ ଅହଂକାରୀ ଓ ଘମଣ୍ଡ ସ୍ୱଭାବର ହୋଇଥାନ୍ତି ।

. ଏହି ଲୋକଙ୍କୁ ବ୍ୟବସାୟ ଓ ଚାକିରିରେ ଲାଭ ହୋଇଥାଏ ।

. ଏହି ଲୋକଙ୍କ ଆର୍ଥିକ ସ୍ଥତି ମଜବୁତ ହୋଇଥାଏ ଓ ଏମାନଙ୍କ ପାଖରେ କେବେ ବି ଟଙ୍କାର ଅଭାବ ହୋଇନଥାଏ ।

. ଏହି ଲୋକ ବୁଝି ବିଚାରି ଟଙ୍କା ଖର୍ଚ୍ଚ କରିଥାନ୍ତି । ଏମାନଙ୍କ ପକେଟରୁ ପଇସା ସହଜରେ ଖସି ନଥାଏ ।

. ଏମାନେ ବହୁତ ଶୀଘ୍ର ଅନ୍ୟର ହୃଦୟ ଜିତିନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.