ବରଗଡ଼ : ମହୁମାଛି ଆକ୍ରମଣରେ ଚାଲିଗଲା କେନ୍ଦୁ ପତ୍ର କର୍ମଚାରୀଙ୍କ ଜୀବନ

ଭଟଲି(କେନ୍ୟୁଜ୍‌) : ମହୁମାଛି ଆକ୍ରମଣରେ ଚାଲିଗଲା ଜଣେ କେନ୍ଦୁ ପତ୍ର କର୍ମଚାରୀଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟିଲ୍‌ କେନ୍ଦୁ ପତ୍ର ବନ ସଂରକ୍ଷଣ କାର୍ଯ୍ୟାଳୟ ଅଧୀନସ୍ଥ ସୁଳସୁଲିଆ କେନ୍ଦୁପତ୍ର ଡିପୋ ଖଲିଆପାଲି ଠାରେ । ମୃତକ ହେଲେ ଅମ୍ବାଭୋନା ବ୍ଲକ ଜରୀମୂଲି ଗ୍ରାମର ନୀଲାମ୍ବର ସୁନା(୫୮) ।

ସୂଚନାନୁଯାୟୀ, ଶନିବାର ନୀଲାମ୍ବର କେନ୍ଦୁ ପତ୍ର ଡିପୋ ଠାରେ କାମ କରୁଥିବା ବେଳେ ହଠାତ୍‌ ପାଖ ଗଛରେ ଥିବା ଏକ ମହୁ ଫେଣାରୁ ମହୁ ମାଛି ଆସି ଆକ୍ରମଣ କରିଥିଲେ । ଏଥିରେ ନୀଲାମ୍ବର ଗୁରୁତର ଆହତ ହୋଇଥିଲେ । ସେଠାରେ ଥିବା ସ୍ଥାନୀୟ ଲୋକେ ଓ ବନ କର୍ମଚାରୀ ନୀଲାମ୍ବରଙ୍କୁ ବରଗଡ଼ ହସ୍‌ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ କେନ୍ଦୁ ପତ୍ର ବାଇଣ୍ତିଂ ଚେକର ଭାବେ କାମ କରି ପରିବାର ଭରଣପୋଷଣ କରୁଥିଲେ ।

ନୀଲାମ୍ବର ତାଙ୍କ ପଛରେ ପତ୍ନୀ କ୍ଷୀରବତୀ ସୁନା, ତିନୋଟି ପୁଅ ରୋହିତ ସୁନା, ଚିତ୍ତରଂଜନ ସୁନା, ମୁନା ସୁନା ଏବଂ ଗୋଟିଏ ଝିଅକୁ ଛାଡି ଯାଇଛନ୍ତି । ନୀଲାମ୍ବର ଅମ୍ବାଭୋନା ବ୍ଳକର ୪୨ମୌଜା ୭ଟି ପଞ୍ଚାୟତର ଲକ୍ଷ ଘର ହରିଜନ ଗଣ୍ତା ସମାଜ ସଭାପତି ଭାବେ ଦାୟିତ୍ୱ ତୁଲାଇ ସମାଜିକ କାମ କରି ଆସୁଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.