ଶେଷ ହୋଇଛି ୬୯ ତମ ଜାତୀୟ ସିନିୟର ଭଲିବଲ ଚମ୍ପିୟାନସିପ୍, ମହିଳା ବର୍ଗରେ କେରଳ ଓ ପୁରୁଷ ବର୍ଗରେ ହରିୟାଣା ଚାମ୍ପିଅନ

କେନ୍ୟୁଜ୍(ବ୍ୟୁରୋ):  କିଟ୍‌ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନୟାକ ଇନଡୋର ଷ୍ଟାଡିୟମରେ ଆୟୋଜିତ ୬୯ତମ ଜାତୀୟ ସନିୟର ଭଲିବଲ ଚମ୍ପିୟାନସିପ୍‌ ଶେଷ ହୋଇଛି । ମହିଳା ବର୍ଗରେ, କେରଳ ଦଳ ଫାଇନାଲରେ ରେଳବାଇକୁ ୨୫-୨୦,୨୫-୨୪ ଓ ୨୫-୧୩ରେ ହରାଇ ବିଜୟର ମୁକୁଟ ପିନ୍ଦିଛି । ସେଭିଭଳି ପୁରୁଷ ବର୍ଗରେ ପ୍ରଥମ ଥର ପାଇଁ ଫାଇନାଲକୁ ପ୍ରବେଶ କରିଥିବା ଆସାମକୁ ୨୫-୨୩,୨୫-୧୮ ଓ ୨୫-୧୯ରେ ହରାଇ ୧୪ ବର୍ଷ ପରେ ଟାଇଟଲ ହାସଲ କରିଛି ହରିୟାଣାvolleyball

ଆଗାମୀ ୨୦ବର୍ଷ ପର୍ଯ୍ୟନ୍ତ ବରିଷ୍ଠ ଜାତୀୟ ଭଲିବଲ୍‌ ଚାମ୍ପିଅନ୍‌ସିପର ବିଜେତା ଓ ଉପବିଜେତାଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ରତିଯୋଗିତା ଉଦ୍‌ଯାପନୀ ଅବସରରେ ଏହା ଘୋଷଣା କରିଛନ୍ତି ଭିଏଫଆଇର ସଭାପତି ତଥା କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଡ.ଅତ୍ୟୁତ ସାମନ୍ତ । ଉଦ୍‌ଯାପନୀ ଉତ୍ସବରେ କ୍ରୀଡା ବିଭାଗ ସଚିବ ବିଶାଲ ଦେବ, ଭିଏଫଆଇର ସିଇଓ ରାମଅବତାର ସିଂହ ଝାଖରଙ୍କ ସହ ଅନ୍ୟ ଅତିଥି ଉପସ୍ଥିତ ରହି ବିଜୟୀ ଟିମ୍‌କୁ ମେଡାଲ ପ୍ରଦାନ କରିଥିଲେ ।

volley bal 2

ଭାରତୀୟ ଭଲିବଲ ସଂଘ, ଭିଏଫ୍‌ଆଇ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ଏହି ଚାମ୍ପିଅନ୍‌ସିପ୍‌। ଏଥିରେ ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଂଳରୁ ୧୨ଶହରୁ ଅଧିକ ପୁରୁଷ ଓ ମହିଳା ବର୍ଗର ଖେଳାଳି ଓ ଅଫିସିଆଲ ସାମିଲ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.