କୋଭିଡ୍ କଟକଣା ହେଉଛି ମହାପ୍ରଭୁଙ୍କ ଜାଗର ଯାତ୍ରା, କିଛି ସମୟ ପରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ

ଭୁବନେଶ୍ବର(କେନ୍ୟୁଜ୍):  ଆଜି ମହାଶିବରାତ୍ରି । ମହାଦେବଙ୍କ ମହା ଆରାଧନା। କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ଜାଗର ଯାତ୍ରା। ଭୁବନେଶ୍ୱରର ଲିଙ୍ଗରାଜଙ୍କ ସମେତ ଏକାମ୍ର କ୍ଷେତ୍ରରେ ଥିବା ସମସ୍ତ ଶୈବପୀଠ ଜାଗର ଯାତ୍ରାକୁ ନେଇ ଉତ୍ସବମୁଖର । ଲିଙ୍ଗରାଜ ମନ୍ଦିରରେ କିଛି ସମୟ ପରେ ଉଠିବ ମହାଦୀପ ।

lingaraj temple ୫ ସମର୍ଥା ସେବାୟତ ଉଠାଇବେ ମହାଦୀପ। ରାଜ୍ୟର ଅନ୍ୟ ପ୍ରସିଦ୍ଧ ଶିବମନ୍ଦିରରେ ବିଳମ୍ବିତ ରାତିରେ ଉଠିବ ମହାଦୀପ। କୋଭିଡ ପାଇଁ ଅନେକ ସ୍ଥାନରେ ଭକ୍ତଙ୍କୁ ବାରଣ କରାଯାଇଛି।

lingaraj

ଯେଉଁଠି ପୂଜା ପାଇଁ ଅନୁମତି ମିଳିଛି, ସେଠାରେ ଦୀପ ଜାଳି ଶିବ ଆରାଧନାରେ ତଲ୍ଲୀନ ହୋଇଛନ୍ତି ଭକ୍ତ । ଦିନତମାମ ନିର୍ଜଳା ଉପବାସ ରହିବା ପରେ ମହାଦୀପ ଦର୍ଶନ କରି ଜଳସ୍ପର୍ଶ କରିବେ।