ରାଜ୍ୟକୁ ୩ ମାସିଆ କିରୋସିନି ଦିଆଯାଉଛି, ଯେତିକି ଦେବା କଥା ତାହା ହ୍ରାସ କରାଇଛି କେନ୍ଦ୍ର

ଭୁବନେଶ୍ବର (କେନ୍ୟୁଜ୍) : ରାଜ୍ୟକୁ ୩ ମାସିଆ କିରୋସିନି ଦିଆଯାଉଛି। କେନ୍ଦ୍ର ଯେତିକି ଦେବା କଥା ତାହା କମାଇ ଦେଇଛି। ବିଧାନସଭା ପ୍ରଶ୍ନକାଳରେ ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ରାଜ୍ୟର ୮୬ ଲକ୍ଷ ୪୫ ହଜାର ୬୯୫ ପରିବାରକୁ ପ୍ରତି ମାସରେ ୨୦ ହଜାର ୭ଶହ ଲିଟର କିରୋସିନି ଯୋଗାଇ ଦିଆଯାଉଛି। କିନ୍ତୁ କିରୋସିନି କୋଟା କମାଇଛନ୍ତି କେନ୍ଦ୍ର ସରକାର। ୨୦୧୧-୧୨ରେ ୯୪୪ କିଲୋଲିଟର, ୨୦୧୨-୧୩ରେ ୨ ଲକ୍ଷ ୬୯ ହଜାର, ୨୦୧୫-୧୬ରେ ୩ ଲକ୍ଷ ୮୯ ହଜାର, ୨୦୧୯-୨୦ରେ ୨ ଲକ୍ଷ ୯ହଜାର କିଲୋଲିଟର କିରୋସିନି କେନ୍ଦ୍ରଠାରୁ ମିଳିଛି। କୋଟା କମାଇଥିବାରୁ ହିତାଧିକାରୀ କମ୍ କିରୋସିନି ପାଇବେ। କେନ୍ଦ୍ର କୋଟାରେ ପରିବାର ପ୍ରତି ୧ ଦଶମିକ ୮୯ ଲିଟର ମିଳିବା କଥା। କିନ୍ତୁ ରାଜ୍ୟ ସରକାର ୨ ଲିଟର ଦେବେ ବୋଲି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଅଣ ପିଡିଏସ୍ଙ୍କୁ ଦେବାର ପ୍ରସ୍ତାବ ନାହିଁ। ଏନେଇ କେହି ଦାବି କଲେ ବିଚାର କରାଯିବ। ସେହିପରି ଓ୍ଵାନ୍ କାର୍ଡ, ଓ୍ଵାନ୍ ନେସନ୍ ବ୍ୟବସ୍ଥା ପ୍ରଚଳନ ସମ୍ପର୍କରେ ସୂଚନା ଦେଇଥିଲେ ମନ୍ତ୍ରୀ। ଏହାଦ୍ୱାରା ଯେକୌଣସି ଡିଲରଙ୍କଠାରୁ କିରୋସିନି ନେଇ ପାରିବେ ଖାଉଟି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.