Below header

ଜମୁଛି ଖଡ଼ଙ୍ଗ ଲୋକ ମହୋତ୍ସବ: ଭାଇଚାରା ସହ ସାଂସ୍କୃତିକ ବିପ୍ଳବ ସୃଷ୍ଟି କରିବାର ଏକ ନିଆରା ପରମ୍ପରା

ମକର ସଂକ୍ରାନ୍ତି ଅବସରରେ ବେଶ ଜମୁଛି ଖଡ଼ଙ୍ଗ ଲୋକ ମହୋତ୍ସବ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବନ୍ଧଗୋରା ନିକଟ ଖଡ଼ଙ୍ଗ ନଦୀ କୂଳରେ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଛି । ଲୋକକଳା, ଲୋକ ସଂସ୍କୃତି ଓ ଲୋକ ବାଦ୍ୟର ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ ୫ମ ବର୍ଷରେ ପାଦ ଥାପିଛି ।

କଣ୍ଟାମାଳ (କେନ୍ୟୁଜ):  ମକର ସଂକ୍ରାନ୍ତି ଅବସରରେ ବେଶ ଜମୁଛି ଖଡ଼ଙ୍ଗ ଲୋକ ମହୋତ୍ସବ । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବନ୍ଧଗୋରା ନିକଟ ଖଡ଼ଙ୍ଗ ନଦୀ କୂଳରେ ପଞ୍ଚମ ଖଡ଼ଙ୍ଗ ଲୋକ ମହୋତ୍ସବ ଅନୁଷ୍ଠିତ ହେଉଛି । ଲୋକକଳା, ଲୋକ ସଂସ୍କୃତି ଓ ଲୋକ ବାଦ୍ୟର ପ୍ରଚାର ପ୍ରସାର ପାଇଁ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି। ଜିଲ୍ଲା ତଥା ଜିଲ୍ଲା ବାହାର କଳାକାରଙ୍କ ଲୋକ ଗୀତ ଲୋକ ନାଚରେ ଦୁଲୁକି ଉଠିଥିଲା ରଙ୍ଗମଞ୍ଚ। ଗତକାଲି ତୃତୀୟ ସନ୍ଧ୍ୟାରେ ସମ୍ବଲପୁରୀ ରକ ଷ୍ଟାର ରୁକୁ ସୁନାଙ୍କ ଗୀତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକ ଝୁମିଥିଲେ।

ସ୍ଥାନୀୟ କଳାକାର ମାନଙ୍କୁ ଖୋଲା ମଞ୍ଚରେ କଳା ପରିବେଷଣ କରିବା ପାଇଁ ସୁଯୋଗ ଦେବା ସହ ଜିଲ୍ଲା ତଥା ରାଜ୍ୟ ବାହାରର କଳାକାର ମାନଙ୍କ ଦ୍ଵାରା ଲୋକ ଗୀତ, ଲୋକ ସଙ୍ଗୀତ, ସହ ସିନେ କଳାକାରଙ୍କ ଗୀତରେ ବିଳମ୍ୱିତ ରାତି ଯାଏ ଉପସ୍ଥିତ ଦର୍ଶକ ଝୁମିଥିଲେ । ଗୋଟିଏ ପଟେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଅନ୍ୟପଟେ ମିନା ବାଜର ଓ ଖାଦ୍ୟ ଷ୍ଟଲରେ ରକମ ରକମର ଖାଦ୍ୟ ପସରା ଦେଖି ଲୋକେ ଭାରି ଖୁସି  ।

ଗତ ଚାରିବର୍ଷ ହେଲା ଏହି ମହୋତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଏହା ପଞ୍ଚମ ବର୍ଷରେ ପଦାର୍ପଣ କରିଛି । ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ମହୋତ୍ସବ ତିନୋଟି ଜିଲ୍ଲାର ସଙ୍ଗମ ସ୍ଥଳରେ ଅନୁଷ୍ଠିତ ହେଉଥିବାରୁ ହଜାର ହଜାର ଦର୍ଶକ ସମାଗାମ ହୋଇଥିଲା ।

loka

ଗତକାଲି ତୃତୀୟ ସାନ୍ଧ୍ୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବୟାନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, କଣ୍ଟାମାଲ ବିଧ୍ୟାୟକ ମହୀଧର ରଣା ସମେତ ବହୁ ମାନୟାଗଣ୍ୟ ବ୍ୟକ୍ତି ଯୋଗ ଦେଇ ସାଂସ୍କୃତିକ ବାର୍ତା ପ୍ରଦାନ କରିଥିଲେ। ଏପରି ମହୋତ୍ସବ ଦ୍ୱାରା ଅଂଚଳର କଳାକାରମାନେ ସୁଯୋଗ ପାଇବା ସହ ଲୁକ୍କାୟିତ ପ୍ରତିଭା ବିକଶିତ ହେବା ସଂଗେ ସଂଗେ କଳା ସଂସ୍କୃତି ବଞ୍ଚିପାରିବ ବୋଲି ସେମାନେ କହିଥିଲେ।

ତେବେ ଲୋକକଳା ଲୋକ ସଂସ୍କୃତି ଲୋକ ବାଦ୍ୟର ପଚାର ପ୍ରସାର ପାଇଁ ଏହି ମହୋତ୍ସବ ଅନୁଷ୍ଠିତ ହେଉଛି । ଖଡ଼ଙ୍ଗ ନଦୀ ନାଁରେ ନାମିତ ଏହି ମହୋତ୍ସବ ଏକ ସାଂସ୍କୃତିକ ବିପ୍ଳବ ସୃଷ୍ଟି କରିବା ସହ ଅଂଚଳରେ ଏକ ଭାଇଚରା ପରମ୍ପରା ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.