ମେଣ୍ଟାଲି ଷ୍ଟ୍ରଙ୍ଗ୍‌ ହେବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ୫ଟି ଉପାୟ

କିଛି ଲୋକ ସବୁବେଳେ ଖୁସି ରହୁଛନ୍ତି ତ ଆଉ କିଛି ଲୋକ ଦୁଃଖରେ ରହୁଛନ୍ତି । ସେହି ସବୁ ଲୋକଙ୍କ ମଧ୍ୟରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅଳ୍ପ କିଛି କଥାକୁ ନେଇ ମେଣ୍ଟାଲି ଷ୍ଟ୍ରେସ୍‌ ନେଇଥାନ୍ତି । ସେହିପରି ଅନେକ ଲୋକଙ୍କ ଜୀବନରେ ଅନେକ ଜିନିଷ ଅଛି ଯାହା ସେମାନଙ୍କ ମସ୍ତିଷ୍କ ଉପରେ ବହୁତ ପ୍ରଭାବ ପକାଇଥାଏ ।

ଆମ ସମାଜରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । ତେବେ କିଛି ଲୋକ ସବୁବେଳେ ଖୁସି ରହୁଛନ୍ତି ତ ଆଉ କିଛି ଲୋକ ଦୁଃଖରେ ରହୁଛନ୍ତି । ସେହି ସବୁ ଲୋକଙ୍କ ମଧ୍ୟରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ଅଳ୍ପ କିଛି କଥାକୁ ନେଇ ମେଣ୍ଟାଲି ଷ୍ଟ୍ରେସ୍‌ ନେଇଥାନ୍ତି । ସେହିପରି ଅନେକ ଲୋକଙ୍କ ଜୀବନରେ ଅନେକ ଜିନିଷ ଅଛି ଯାହା ସେମାନଙ୍କ ମସ୍ତିଷ୍କ ଉପରେ ବହୁତ ପ୍ରଭାବ ପକାଇଥାଏ । ଅନେକ ଲୋକ ସେମାନଙ୍କର ଖାଇବା ଅଭ୍ୟାସର ଯତ୍ନ ନିଅନ୍ତି ନାହିଁ ଯେଉଁଥିପାଇଁ ସେମାନେ ମାନସିକ ସ୍ତରରେ ଷ୍ଟ୍ରଙ୍ଗ୍‌ ହେବାକୁ ସକ୍ଷମ ହୋଇନଥାଏ । ସେଥିପାଇଁ ସେହି ପରି ଲୋକମାନେ କିଛି ବି ଛୋଟ ସମସ୍ୟା ହେଲେ ଭାଙ୍ଗି ପଡନ୍ତି । ଏଥିପାଇଁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି ବିଶେଷ କଥା ଜଣାଇବୁ, ଯାହା ଆପଣଙ୍କୁ ମେଣ୍ଟାଲି ଷ୍ଟ୍ରଙ୍ଗ ବନାଇବ ।

ମେଣ୍ଟାଲି ଷ୍ଟ୍ରଙ୍ଗ କିପରି ହେବେ :
ମାନସିକ ସ୍ତରରେ ଷ୍ଟ୍ରଙ୍ଗ ହେବାକୁ ହେଲେ ଆପଣଙ୍କୁ ନିଜ ଲାଇଫ୍‌ଷ୍ଟାଇଲ୍‌ରେ କିଛି ଭଲ ଅଭ୍ୟାସ ସାମିଲ କରିବା ଉଚିତ୍ । ଯାହାଫଳରେ ଆପଣଙ୍କ ମସ୍ତିଷ୍କ ସ୍ଥିର ରହିପାରିବ । ସେଥିପାଇଁ ଆପଣ ସର୍ବଦା ଏପରି ଲୋକମାନଙ୍କ ସହିତ ରହିବା ଉଚିତ୍, ଯେଉଁମାନେ ସର୍ବଦା ଆପଣଙ୍କୁ ଆଗକୁ ବଢିବାରେ ସାହାଯ୍ୟ କରିବେ ।

ପ୍ରତିଦିନ ସବୁଜ ପନିପରିବା ଖାଆନ୍ତୁ :
ସକାଳୁ ଆପଣ ଏପରି ଜଳଖିଆ ଖାଇବା ଉଚିତ୍, ଯାହା ଆପଣଙ୍କୁ ସବୁବେଳେ ସୁସ୍ଥ ରଖିବ । ତେବେ ଆପଣ ନିଜ ଖାଦ୍ୟରେ ସବୁଜ ପନିପରିବା ଅନ୍ତର୍ଭୂକ୍ତ କରିବା ଜରୁରୀ । ଏହା ସହ ପ୍ରତିଦିନ ହେଲଦି ଫୁଡ୍‌ ଖାଇବା ଉଚିତ୍ । କାହିଁକି ନା କୁହାଯାଏ ଯେ ଭଲ ଖାଇବା ଦ୍ୱାରା ମନ ଭଲ ରହିଥାଏ, ସେଥିପାଇଁ ଆପଣ ସୁବଦିନ ସବୁଜ ପନିପରିବା ଖାଇବା ଉଚିତ ।

ଯୋଗ :
ସର୍ବଦା ଆପଣଙ୍କ ନିଜ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଯୋଗ କରିବା ଉଚିତ୍ । ଯୋଗ କରିବା ଦ୍ୱାରା ଆପଣଙ୍କ ଶରୀର ସର୍ବଦା ଫିଟ୍ ରହିଥାଏ । ଆପଣ ନିଜ ଜୀବନରେ କିଛି କାର୍ଯ୍ୟକଳାପ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପ୍ରତିଦିନ ଜାରି ରଖିବା ଉଚିତ୍ । ଯାହାଦ୍ୱାରା ଆପଣ ଫିଟ୍‌ ରହିବେ ।

ସାଙ୍ଗ ଏବଂ ପରିବାର ସହ ସମୟ ଅତିବାହିତ କରନ୍ତୁ :
ଯଦି କେବେ ଆପଣଙ୍କ ମୁଡ୍‌ ଅଫ୍‌ ହୋଇଯାଉଛି । ସେଥିପାଇଁ ଆପଣ ନିଜ ମୁଡ୍‌ ଠିକ୍‌ କରିବା ପାଇଁ ସାଙ୍ଗ କିମ୍ବା ପରିବାର ଲୋକଙ୍କ ସହ ବାହାରକୁ ବୁଲିବା ପାଇଁ ଯାହାନ୍ତୁ, ଏପରି କରିବା ଦ୍ୱାରା ଆପଣଙ୍କ ମୁଡ୍‌ ଠିକ୍‌ ହୋଇଯିବ ଏବଂ ଆପଣ ମେଣ୍ଟାଲି ଠିକ୍‌ ରହିବେ ।

ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରୁହନ୍ତୁ :
ଯଦି ଆପଣ କିଛି କଥା ପାଇଁ ମେଣ୍ଟାଲି ଷ୍ଟ୍ରେସ୍‌ ଅଛନ୍ତି, ତାହେଲେ ଆପଣ ନିଜ ମନରେ କେବେ ହେଲେ ନକାରାତ୍ମକ ଚିନ୍ତା ଆଣନ୍ତୁ ନାହିଁ । ସେଥିପାଇଁ ଆପଣ ନିଜ ଆଖପାଖ ସ୍ଥାନ ସର୍ବଦା ସଫା ରଖିବା ଉଚିତ୍ । ନକାରାତ୍ମକ ଶକ୍ତି ବଢିବା ଯୋଗୁ ଆପଣ ଷ୍ଟ୍ରେସ୍‌ରେ ରହିବେ । ତେଣୁ ଆପଣ ସବୁବେଳେ ଏହି ନକାରାତ୍ମକ ଶକ୍ତି ଠାରୁ ଦୂରରେ ରୁହନ୍ତୁ । ଏହାସହ ସବୁ ବେଳେ ଭଲ କଥା ଚିନ୍ତା କରନ୍ତୁ, ଏପରି କରିବା ଦ୍ୱାରା ଆପଣ ମେଣ୍ଟାଲି ଷ୍ଟଙ୍ଗ ରହିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.