ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଖଣ୍ଡାଧାର ଜଳପ୍ରପାତ, ମୋହୁଛି ପର୍ଯ୍ୟଟକଙ୍କ ମନ

ଆସିଛି ଶୀତଋତୁ, ସୁନ୍ଦରଗଡ ଜିଲ୍ଲା ବଣାଇର ଖଣ୍ଡାଧାର ଜଳପ୍ରପାତରେ ପରିବାର ଓ ସାଙ୍ଗସାଥିମାନଙ୍କୁ ନେଇ ବଣ ଭୋଜି ପାଇଁ ଜମୁଛି ଖୁବ ଭିଡ । ପର୍ଯ୍ୟଟକମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ବଣାଇରେ ଥିବା ଖଣ୍ଡାଧାର ଜଳପ୍ରପାତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ।

ଆସିଛି ଶୀତଋତୁ, ସୁନ୍ଦରଗଡ ଜିଲ୍ଲା ବଣାଇର ଖଣ୍ଡାଧାର ଜଳପ୍ରପାତରେ ପରିବାର ଓ ସାଙ୍ଗସାଥିମାନଙ୍କୁ ନେଇ ବଣଭୋଜି ପାଇଁ ଜମୁଛି ଖୁବ ଭିଡ । ପର୍ଯ୍ୟଟକମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ବଣାଇରେ ଥିବା ଖଣ୍ଡାଧାର ଜଳପ୍ରପାତ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ । ଦୂରରୁ ଦେଖିବାକୁ ମିଳିଥାଏ ପାହାଡ଼ କିନ୍ତୁ ମଝିରୁ ବହୁଛି ଝରଣା । ଏବେ ଏହି ଝରଣା ନିକଟକୁ ଯିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ଝରଣା ନିକଟକୁ ଯିବା ପାଇଁ ହେଲେ ପ୍ରାୟ ୬୬୮ ପାହାଚ ଚଢ଼ିବାକୁ ପଡିଥାଏ ।

ଏତେ ପାହାଚ ପାଇଁ ପର୍ଯ୍ୟଟକମାନେ ମଝିରେ ମଝିରେ ଟିକେ ବିଶ୍ରାମ ନେଇଥାନ୍ତି ତାପରେ ଉପରକୁ ଚଢ଼ିଥାନ୍ତି । ରାସ୍ତା ପାର୍ଶ୍ୱରେ ଜଙ୍ଗଲ ଝରଣା ଓ ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି । ନିକଟକୁ ପହଁଚିଲେ ଆହାଃ କି ସୌନ୍ଦର୍ଯ୍ୟ । ବିରାଟ ପାହାଡ଼ ମଝିରେ ପ୍ରାୟ ୮ ଶହ ମିଟର ଦୂରରୁ ବହୁଛି ଏହି ଝରଣା । କୁଳୁକୁଳୁ ଶବ୍ଦ ମନକୁ ଆକୃଷ୍ଟ କରିଦେଉଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ପର୍ଯ୍ୟଟକ । ପାଣି ନିକଟକୁ ନଯିବାପାଇଁ ଚାରିଆଡେ ବେରିକେଟ କରିବା ସହ ସିକ୍ୟୁରିଟି ମଧ୍ୟ ବସୁଛନ୍ତି ।

ତଳକୁ ଫେରି ଆସିଲେ ବଣଭୋଜି ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ପିଣ୍ଡି ନିର୍ମାଣ କରିଛନ୍ତି ସେଇଠାରେ ଚାଲିଛି ରୋଷେଇ । କେଉଁଠି ଏକାଠି ହୋଇ ପରିବାର ସହିତ ତ କିଏ ସାଙ୍ଗସାଥି ହୋଇ କରୁଛନ୍ତି ଭୋଜି । ସେଠାରେ ଏକ ଖଣ୍ଡାଧାର ଚିଲ୍ଡ୍ରେନ ପାର୍କ ନିର୍ମାଣ ହୋଇଛି ଯେଉଁଠାରେ ଛୁଆମାନଙ୍କ ଭିଡ ଦେଖିବାକୁ ମିଳୁଛି । ଏଠାରେ ଦୋଳି, ଖସିବା, ଚଢିବା, ଡେଇଁବା ପ୍ରଭୃତିର ଖୁବ ଆନନ୍ଦ ଉଠାଉଛନ୍ତି ଛୁଆମାନେ । ପର୍ଯ୍ୟଟକଙ୍କ ପାଇଁ ଏଠାକାର କମିଟି ଖୁବ ଭଲ ବ୍ୟବସ୍ତା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.