ପୁଅମାନେ ହିଁ କାହିଁକି କରନ୍ତି ଅନ୍ତିମ ସଂସ୍କାର ! ଏହା ପଛରେ ଧାର୍ମିକ ବିଶ୍ୱାସ କ’ଣ ରହିଛି ?

ଅନ୍ତିମ ସଂସ୍କାରକୁ ନେଇ ତ ଲୋକଙ୍କ ମଧ୍ୟରେ ଅନେକ ମାନ୍ୟତା ଏବ ପ୍ରଥା ପରମ୍ପର ପ୍ରଚଳିତ ଅଛି, ଯେଉଁଥିରେ ଗୋଟିଏ ହେଉଛି ମୃତକଙ୍କ ପୁତ୍ର ଦ୍ୱାରା ମୁଖାଗ୍ନି ଦେବା । ତେବେ କେବଳ ପୁଅ କାହିଁକି ବାପକୁ ମୁଖାଗ୍ନି ଦିଏ । କଣ ରହିଛି ଏହାସହ ଜଡିତ ମାନ୍ୟତା ଆସନ୍ତୁ ସବୁକିଛି ଜାଣିବା ।

ହିନ୍ଦୁ ଧର୍ମରେ ଜନ୍ମ ପରେ ଯେଉଁଭଳି ଭାବେ ଅନେକ ଗୁଡିଏ ସଂସ୍କାର କରାଯାଏ । ସେହିପରି ମୃତ୍ୟୁ ସମୟରେ ଅନ୍ତିମ ସଂସ୍କାରର ମଧ୍ୟ ଅଲଗା ଅଲଗା କ୍ରୀୟାକର୍ମ ରହିଛି । ଆଉ ଅନ୍ତିମ ସଂସ୍କାରକୁ ନେଇ ତ ଲୋକଙ୍କ ମଧ୍ୟରେ ଅନେକ ମାନ୍ୟତା ଏବ ପ୍ରଥା ପରମ୍ପର ପ୍ରଚଳିତ ଅଛି, ଯେଉଁଥିରେ ଗୋଟିଏ ହେଉଛି ମୃତକଙ୍କ ପୁତ୍ର ଦ୍ୱାରା ମୁଖାଗ୍ନି ଦେବା । ତେବେ କେବଳ ପୁଅ କାହିଁକି ବାପକୁ ମୁଖାଗ୍ନି ଦିଏ । କଣ ରହିଛି ଏହାସହ ଜଡିତ ମାନ୍ୟତା ଆସନ୍ତୁ ସବୁକିଛି ଜାଣିବା ।

ଦର୍ଶକବନ୍ଧୁ ଆପଣମାନେ ତ ଜାଣିଥିବେ ଯେ ମୃତ୍ୟୁ ହେଉଛି ଜୀବନର ଅନ୍ତିମ ଏବଂ ଅଟଳ ସତ୍ୟ । ଜନ୍ମ ଅଛି ମାନେ ମୃତ୍ୟୁ ବି ସୁନିଶ୍ଚିତ । ଯାହାକୁ କେହି ମଧ୍ୟ ଏଡାଇ ପାରିବେ ନାହିଁ । ତେବେ ଗରୁଡ ପୁରାଣ ଅନୁସାରେ, ଯିଏ ଏହି ଦୁନିଆରେ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁବରଣ କରିବ ଏଇଟା ନିଶ୍ଚିତ। ସେଥିପାଇଁ ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଲୋକର ଅନ୍ତିମ ସଂସ୍କାର କରାଯାଏ ଏବଂ ଏହାସହ ଜଡିତ ଅନେକ ନିୟମ ମଧ୍ୟ ରହିଛି । ତେବେ ଏହିସବୁ ନିୟମ ମଧ୍ୟରୁ ଗୋଟିଏ ହେଉଛି ପୁତ୍ର ସନ୍ତାନ ଦ୍ୱାରା ମୁଖାଗ୍ନି ଦିଆଯିବା ।

ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ, ପରିବାରର କୌଣସି ସଦସ୍ୟଙ୍କ ମୃତ୍ୟୁରେ କେବଳ ଘରର ପୁଅ ହିଁ ତାଙ୍କୁ ମୁଖାଗ୍ନି ଦେଇପାରିବେ । ଝିଅମାନଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ବାରଣ କରାଯାଇଛି । ଏବେ ଆପଣ ଭାବୁଥିବେ ଏମିତି କାହିଁକି । କାହିଁକି କେବଳ ପୁଅ ବାପା ମୁହଁରେ ମୁଖାଗ୍ନି ଦେଇପାରିବେ ଝିଅ ନୁହେଁ ।

କାହିଁକି କେବଳ ପୁଆମାନେ ହିଁ ଅନ୍ତିମ ସଂସ୍କାର କରନ୍ତି ?

ହିନ୍ଦୁ ଧର୍ମରେ ଅନ୍ତିମ ସଂସ୍କାର ବଂଶ ପରମ୍ପରାର ଏକ ଅଂଶ । ଯେହେତୁ ବିବାହ ପରେ ଝିଅ ଅନ୍ୟ ପରିବାରର ଅଂଶ ହୋଇଯାଏ । ତେଣୁ ସେମାନେ ଅନ୍ତିମ ସଂସ୍କାର କରନ୍ତି ନାହିଁ । ଯଦି ଏପରି ପରିସ୍ଥିତି ହୁଏ ଯେଉଁଥିରେ ପୁଅ କିମ୍ବା ଘରର ବଡ ନାହାନ୍ତିଁ, ସେହି ପରିସ୍ଥିତିରେ ଝିଅମାନେ ମୁଖାଗ୍ନି ଦେଇପାରିବେ । ଏହା ବ୍ୟତୀତ ଏପରି ମଧ୍ୟ କୁହାଯାଏ ଯେ ମୃତ୍ୟୁ ପରେ ସେହି ଲୋକ ପିତୃପୁରୁଷକୁ ଚାଲିଯାନ୍ତି । ସେଥିପାଇଁ କୁହାଯାଏ ଅନ୍ତିମ ସଂସ୍କାରରେ ବଂଶ ପରମ୍ପରାର ଅଂଶିଦାର ରହିବା ବାଧ୍ୟତାମୂଳକ ହୋଇଥାଏ । ଏଥିପାଇଁ ପୁତ୍ର ସନ୍ତାନ ଦ୍ୱାରା ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଏ ।

ଏହା ଏକ ଧାର୍ମିକ ବିଶ୍ୱାସ :

ଶାସ୍ତ୍ରରେ କୁହାଯାଏ ଯେ ପୁତ୍ର ଶବ୍ଦ ଦୁଇଟି ଅକ୍ଷରର ମିଶ୍ରଣ ଦ୍ୱାରା ହୋଇଛି । ‘ପୁ’ର ଅର୍ଥ ନର୍କ’ ଏବଂ ‘ତ୍ର’ ଅର୍ଥ ‘ତ୍ରାଣ’ । ଏହାରି ହିସାବରେ ପୁତ୍ରର ଅର୍ଥ ହେଉଛି ନର୍କରୁ ଉଦ୍ଧାର କରିବା ଅର୍ଥାତ୍‌ ପିତା କିମ୍ବା ମୃତକଙ୍କୁ ଉଚ୍ଚ ସ୍ଥାନରେ ପହଁଚାଇବା । ଏହି କାରଣରୁ ହିଁ ପୁଅକୁ ଅନ୍ତିମ ସଂସ୍କାରର ସମସ୍ତ କ୍ରୀୟାକର୍ମ କରିବାକୁ ପ୍ରଥମେ ଅଧିକାର ଦିଆଯାଏ ।

ସେହିପରି ଏହା ପଛରେ ଥିବା ଦ୍ୱିତୀୟ କାରଣ ହେଉଛି ଯେପରି ଝିଅ ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ସେହିଭଳି ପୁଅଙ୍କୁ ବିଷ୍ଣୁଙ୍କର ତତ୍ତ୍ୱ ବୋଲି ଧରାଯାଏ । ବିଷ୍ଣୁଙ୍କର ଅର୍ଥ ଏଠାରେ ଏୟା ଯେ ପାଳନ ପୋଷଣ କରିବା । ଅର୍ଥାତ୍‌ ଘରର ସେହି ସଦସ୍ୟ ଯିଏ ପୂରା ଘରକୁ ସମ୍ଭାଳିଥାଏ ଏବଂ ଘରର ସଦସ୍ୟଙ୍କର ଭରଣପୋଷଣ କରିଥାଏ । ଯଦିଓ ଏହି ଦାୟିତ୍ୱ ଝିଅମାନେ ମଧ୍ୟ ଉଠାଇବାରେ ସକ୍ଷମ ହେଉଛନ୍ତି ।

ଆଜିର ସମୟରେ ଝିଅମାନେ ମଧ୍ୟ ଅନ୍ତିମ ସଂସ୍କାର କରୁଛନ୍ତି ଏବଂ କୌଣସି ବଡଙ୍କ ମୃତ୍ୟୁ ପରେ ପୂରା ଘରର ଦାୟିତ୍ୱ ପୂରା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.