୮୬ ବର୍ଷରେ ପାଦ ଥାପିଲେ ରତନ ଟାଟା, ଜାଣନ୍ତୁ ତାଙ୍କ ଜୀବନ ସଂଘର୍ଷର କିଛି ଅକୁହା କଥା

୮୬ ବର୍ଷରେ ପାଦ ଥାପିଛନ୍ତି ଶିଳ୍ପପତି ରତନ ଟାଟା । ବହୁ ବାଧାବିଘ୍ନ ସଂଘର୍ଷ ପରେ ରତନ ଟାଟା ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଜି ସେ ଦେଶର ସବୁଠାରୁ ବଡ଼ ଶିଳ୍ପ ଉଦ୍ୟୋଗୀ ନାଁ ରେ ପରିଚିତ । ରତନ ଟାଟା ଜଣେ ଉଦାର ହୃଦୟର ବ୍ୟକ୍ତି । ସେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ।

୮୬ ବର୍ଷରେ ପାଦ ଥାପିଛନ୍ତି ଶିଳ୍ପପତି ରତନ ଟାଟା । ବିଶିଷ୍ଟ ଶିଳ୍ପପତି ଭାବେ ରତନ ଟାଟାଙ୍କୁ ସମସ୍ତେ ଜାଣିଛନ୍ତି । କିନ୍ତୁ ରତନ ଟାଟାଙ୍କ ଜନ୍ମରୁ ଆରମ୍ଭ କରି ତାଙ୍କ ଜୀବନରେ ରହିଥିଲା ଅନେକ ଅକୁହା ଦୁଃଖ ସେହି ବିଷୟରେ ଆଜିବି ସମସ୍ତେ ଅଜଣା । ବହୁ ବାଧାବିଘ୍ନ ସଂଘର୍ଷ ପରେ ରତନ ଟାଟା ସୃଷ୍ଟି କରିପାରିଛନ୍ତି ନିଜର ଏକ ସ୍ୱତନ୍ତ୍ର ପରିଚୟ । ଆଜି ସେ ଦେଶର ସବୁଠାରୁ ବଡ଼ ଶିଳ୍ପ ଉଦ୍ୟୋଗୀ ନାଁ ରେ ପରିଚିତ । ରତନ ଟାଟା ଜଣେ ଉଦାର ହୃଦୟର ବ୍ୟକ୍ତି । ସେ ୨୮ ଡିସେମ୍ବର ୧୯୩୭ ରେ ଜନ୍ମଗ୍ରହଣ କରିଥିଲେ। ଦେଶରେ ରତନ ଟାଟାଙ୍କର ବିଭିନ୍ନ ବ୍ୟବସାୟ ରହିଛି । ସେହି ବ୍ୟବସାୟରୁ ମଧ୍ୟ ସେ କୋଟି କୋଟି ଟଙ୍କା ଲାଭ କରିଥାଆନ୍ତି । ତାଙ୍କର ଏହି ସଫଳତା ପଛରେ ଲୁଚି ରହିଛି ଅନେକ ସୁଖ ଦୁଃଖର କାହାଣୀ । ତାଙ୍କ ଜନ୍ମଦିନ ଅବସରରେ ଆଜି ଆମେ ଆପଣଙ୍କୁ ଜଣାଇବୁ ତାଙ୍କ ସଂଘର୍ଷର କାହାଣୀ ।

ତେବେ ପ୍ରଥମେ ଜାଣିବା ରତନ ଟାଟାଙ୍କ ପରିବାର ବିଷୟରେ । ରତନ ଟାଟାଙ୍କ ପୂରା ନାଁ ହେଉଛି ରତନ ନାଭାଲ ଟାଟା । ସେ ହେଉଛନ୍ତି ଜାମସେଟଜୀ ଟାଟାଙ୍କ ନାତି । ଯିଏ କି ଟାଟା ଗ୍ରୁପ୍‌ର ପ୍ରତିଷ୍ଠାତା । ଯାହାଙ୍କ ପରେ ପରେ ରତନ ଟାଟା ଗ୍ରୁପ୍‌ର ବ୍ୟବସାୟ ସମ୍ଭାଳିଥିଲେ । ତାଙ୍କ ବାପାଙ୍କ ନାଁ ନାଭାଲ ଟାଟା ଓ ମା’ଙ୍କ ନାଁ ହେଉଛି ସୋନି ଟାଟା । ରତନ ଟାଟାଙ୍କ ଜୀବନରେ ଛୋଟ ବୟସରେ ଆସିଥିଲା ଝଡ଼। ଯାହା ଗୋଟିଏ ପିଲା ଉପରେ ଖରାପ ପ୍ରଭାବ ପକାଇଥାଏ । ତାଙ୍କ ବାଲ୍ୟକାଳରୁ ହିଁ ତାଙ୍କ ବାପା ନାଭାଲ ଟାଟା ଓ ମା ସୋନି ଟାଟା ଅଲଗା ହୋଇଯାଇଥିଲେ ।

ଏହା ପରେ ସେ ତାଙ୍କ ଜେଜେମା ବଭଜୀବାଇଙ୍କ ନିକଟରେ ବଢ଼ିଥିଲେ। ଏତିକିରେ ତାଙ୍କ ଜୀବନରେ ଦୁଃଖ ସରି ନଥିଲା । ସେ ପ୍ରଥମ ଥର ପାଇଁ ପ୍ରେମରେ ପଡ଼ିଥିଲେ । ଟାଟା ଲସ୍‌ ଆଞ୍ଜେଲ ନାମକ ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ୧୯୬୨ରେ ଭାରତ- ଚୀନ୍‌ ଯୁଦ୍ଧ ହେତୁ ତାଙ୍କର ବିବାହ ହୋଇପାରିନଥିଲା । କାରଣ ତାଙ୍କ ପ୍ରେମିକାଙ୍କ ବାପା-ମା’ ଏହି ବିବାହ ପ୍ରସ୍ତାବରେ ରାଜି ହୋଇନଥିଲେ। ଭାରତରେ ତାଙ୍କ ଝିଅର ବିବାହ କରିବେେନାହିଁ ବୋଲି ମନାକରିଦେଇଥିଲେ । ଏହି କଥା ରତନ ଟାଟାଙ୍କୁ ଖୁବ୍‌ ବାଧିଥିଲା । ସେ ଭାଙ୍ଗିପଡ଼ିଥିଲେ । ତା ପରେ ରତନ ଟାଟାଙ୍କର ବିବାହ ପ୍ରସ୍ତାବ ଖୋଜା ଖୋଜି ହୋଇଥିଲା । ଚାରି ଚାରି ଥର ବିବାହ ସ୍ଥିର ହୋଇଥିଲେ ମଧ୍ୟ ତାହା ଭାଙ୍ଗି ଯାଇଥିଲା। ଆଉ ସେ ଆଜି ଯାଏ ଅବିବାହିତ ରହିଛନ୍ତି ।

ତେବେ ରତନ ଭାରତ ଫେରିବା ପରେ ବିଜନେସ୍‌ କରିବାକୁ ନିଷ୍ପତ୍ତି ନେଇଥିଲେ। ୧୯୬୧ ମସିହା ବିଜ୍‌ନେସ୍‌ରେ ରତନ କ୍ୟାରିୟର ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭ ସମୟରେ ତାଙ୍କୁ ଷ୍ଟିଲ୍‌ ଦୋକାନ ଚଟାଣରେ ବସି କାମ କରିବାକୁ ପଡ଼ିଥିଲା । ପରେ ରତନ ଟାଟା ଅଟୋ ମୋବାଇଲ୍‌ କ୍ଷେତ୍ରରେ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ । ସେହି ସମୟରେ ଟାଟା ଇଣ୍ଡିକା ଓ ଟାଟା ନାନୋକୁ ନୂତନ କରି ବଜାରରେ ନିବେଶ କରିଥିଲେ । ଯାହାକି ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା । କିଛି ବର୍ଷ ପରେ ଟାଟା ନୂଆ କାର୍‌ ମଡେଲ ସହ ଟାଟା ଜାଗୁଆର ଲ୍ୟାଣ୍ଡ ରୋଭର ବଜାରକୁ ଆସିଥିଲା । ୨୦୦୪ରେ ଟାଟା ଚା’ ମଧ୍ୟ ବଜାରରେ ଲୋକପ୍ରିୟତା ହାସଲ କରିଥିଲା । ୨୦୦୯ରେ ବିଶ୍ୱର ସବୁଠୁ ଶସ୍ତା କାର୍‌ ନାନୋକୁ ମଧ୍ୟବିତ୍ତଙ୍କ ପାଇଁ ଉପଲବ୍ଧ କରାଇଥିଲେ ରତନ ଟାଟା । ଯାହାର ଦାମ୍‌ ମାତ୍ର ୧ ଲକ୍ଷ ଟଙ୍କା ରଖାଯାଇଥିଲା । ଏହିପରି ରତନ ଟାଟା ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଥିଲେ ।

ରତନ ଟାଟା ଜଣେ ଉଦାର ବ୍ୟକ୍ତିଥିବା ବେଳେ ପଶୁପ୍ରେମୀ ମଧ୍ୟ ଥିଲେ । ତାଙ୍କ ମତରେ ନିଜ କାମରେ ସେତେବେଳେ ସଫଳତା ହାସଲ କରିପାରିବେ ଯେତେବେଳେ ନିଜ କାମକୁ ପ୍ରଥମେ ସମ୍ମାନ ଦେବେ । ଦୁନିଆରେ ନିଜ କାମଠୁ ବଡ଼ କିଛି ବି ନୁହେଁ । ସେ ତାଙ୍କ କର୍ମଚାରୀଙ୍କ ପ୍ରତି ଉତ୍ତମ ବ୍ୟବହାର ଦେଖାଇବା ସହ ତାଙ୍କର ଛୋଟ ଛୋଟ ଆବଶ୍ୟକତାକୁ ପୂରଣ କରିଥାଆନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.