ED ଚାର୍ଜସିଟ୍‌ରେ ପ୍ରଥମ ଥର ପ୍ରିୟଙ୍କା ଗାନ୍ଧିଙ୍କ ନାମ, ମନି ଲଣ୍ଡରିଂ ମାମଲାରେ ବଢ଼ିଲା ମାମଲା

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କ ସମସ୍ୟା ବଢ଼ିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଚାର୍ଜସିଟ୍‌ରେ ପ୍ରଥମ ଥର ପ୍ରିୟଙ୍କା ଗାନ୍ଧିଙ୍କ ନାମ ଉଲ୍ଲେଖ କରିଛି। ଯଦିଓ ତାଙ୍କ ନାମ ଅଭିଯୁକ୍ତ ଭାବରେ ଦର୍ଶାଯାଇନାହିଁ। ଜମି କ୍ରୟ ମାମଲାରେ ଅଭିଯୁକ୍ତଙ୍କ ସହ ସମ୍ପର୍କ ପ୍ରସଙ୍ଗରେ ପ୍ରିୟଙ୍କାଙ୍କ ନାମ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ପ୍ରିୟଙ୍କାଙ୍କ ସହ ତାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ନାମ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି।

ଇଡି ଚାର୍ଜସିଟ ମୁତାବକ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ଓ ତାଙ୍କ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା ଦିଲ୍ଲୀର ଜଣେ ରିୟଲ ଇଷ୍ଟେଟ୍ ଏଜେଣ୍ଟ ଏଚ୍‌ଏଲ୍‌ ପହଓ୍ଵାଙ୍କ ଜରିଆରେ ହରିୟାଣାରେ ଜମି କ୍ରୟ କରିଥିଲେ। ଏହି ଏଜେଣ୍ଟ ଏନ୍‌ଆର୍‌ଆଇ ବିଜନେସ୍‌ମ୍ୟାନ ସିସି ଥମ୍ପିଙ୍କୁ ମଧ୍ୟ ଜମି ବିକ୍ରି କରିଥିଲେ।

ଇଡିର କହିବା ହେଲା, ଭଦ୍ରା ଓ ଥମ୍ପିଙ୍କ ସମ୍ପର୍କ ଦୀର୍ଘ ଦିନର। ଦୁହେଁ ସମାନ ବ୍ୟବସାୟ କରିବା ସହିତ ଅନେକ କାମ ଏକାଠି କରନ୍ତି। ଏହା ଏକ ବଡ଼ ମାମଲା, ଯାହା ସିସି ଥମ୍ପିଙ୍କ ସହଯୋଗୀ ତଥା ପଳାତକ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ। ମନି ଲଣ୍ଡରିଂ, ବିଦେଶୀ ମୁଦ୍ରା ଓ କଳା ଧନ ଆଇନ ଉଲ୍ଲଂଘନ ଏବଂ ଅଫିସିଆଲ୍ ଗୋପନୀୟତା ଅଧିନିୟମ ଅଧୀନରେ ଏକାଧିକ ଏଜେନ୍ସି ଭଣ୍ଡାରୀଙ୍କୁ ତଦନ୍ତ ପରିସରଭୁକ୍ତ କରିଛନ୍ତି। ୨୦୧୬ରେ ହିଁ ସେ ତଦନ୍ତ ଏଜେନ୍ସି ଭୟରେ ଭାରତ ଛାଡି ବ୍ରିଟେନ ପଳାଇଥିଲେ।

ଚାର୍ଜସିଟ୍‌ରେ ଯାଞ୍ଚ ଏଜେନ୍ସି ଅଭିଯୋଗ କରିଛି ଯେ ଏଚ୍‌ଏଲ୍‌ ପହଓ୍ଵା ଭଦ୍ରା ଓ ଥମ୍ପି ଉଭୟଙ୍କୁ ଜମି ବିକ୍ରି କରିଛନ୍ତି। ପହଓ୍ଵା ୨୦୦୬ରେ ପ୍ରିୟଙ୍କା ଗାନ୍ଧିଙ୍କୁ ଚାଷଜମି ବିକ୍ରି କରିଥିଲେ ଏବଂ ୨୦୧୦ରେ ପୁଣିଥରେ ତାଙ୍କଠାରୁ ସେହି ଜମି କିଣି ନେଇଥିଲେ। ତେବେ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରବର୍ଟ ଓ ପ୍ରିୟଙ୍କାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇନାହିଁ। କିନ୍ତୁ ଥମ୍ପି ଓ ଭଦ୍ରାଙ୍କ ସମ୍ପର୍କ ଦେଖାଇବା ପାଇଁ ଜମି କିଣାବିକା ବିଷୟରେ ଉଲ୍ଲେଖ କରାଯାଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.