ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ

ଆବାସ ଯୋଜନାରେ ଘରର ଫାଇନାଲ ବିଲ ପାସ୍‌ କରିବାକୁ ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ। ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଖଡିଆଳ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ।

ନୂଆପଡା(କେନ୍ୟୁଜ):  ଆବାସ ଯୋଜନାରେ ଘରର ଫାଇନାଲ ବିଲ ପାସ୍‌ କରିବାକୁ ଲାଞ୍ଚ ନେଇ କନିଷ୍ଠ ଯନ୍ତ୍ରୀ ଗିରଫ। ହିତାଧିକାରୀଙ୍କ ଠାରୁ ୧୦ ହଜାର ଲାଞ୍ଚ ନେଇ ଭିଜିଲାନ୍‌ସ ହାତରେ ଧରାପଡ଼ିଲେ ଖଡିଆଳ ଏନଏସିର କନିଷ୍ଠ ଯନ୍ତ୍ରୀ ଦେବ ଚନ୍ଦନ ରାଉତ।

ଖଡିଆଳ ଏନଏସି ୧୨ ନମ୍ବର ୱାର୍ଡର ସୁରଜ ରାଉତଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆୱାସ ଘର ମଞ୍ଜୁର ହୋଇଥିଲା। ଏହାର ଫାଇନାଲ ବିଲ କରିବା ପାଇଁ ସୁରଜ ଦେବ ଚନ୍ଦନ ରାଉତଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ କନିଷ୍ଠ ଯନ୍ତ୍ରୀ ଜଣକ ଫାଇନାଲ ବିଲ କରିବାକୁ ୧୦ ହଜାର ଟଙ୍କା ଦାବି କରିଥିଲେ।

ଏନେଇ ହିତାଧିକାରୀଙ୍କ ପୁଅ ପ୍ରେମାନନ୍ଦ ରାଉତ ଆଜି ଖଡିଆଳର ପୁଟୁପଡା ପେଟ୍ରୋଲ ପମ୍ପ ହାଉସ ନିକଟରେ ଦେବ ଚନ୍ଦନ ରାଉତଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବାବେଳେ କୋରାପୁଟ ଭିଜିଲାନ୍‌ସ ଟିମ ତାଙ୍କୁ ଧରିଥିଲା।

ଦେବ ଚନ୍ଦନଙ୍କୁ ଗିରଫ କରି ଭିଜିଲାନ୍‌ସ ଟିମ ଖଡ଼ିଆଳ ଏନଏସି କାର୍ଯ୍ୟାଳୟକୁ ଆସି ବିଭିନ୍ନ କାଗଜପତ୍ର ଜବତ କରି ତଦନ୍ତ କରିଛନ୍ତି। ପରେ କନିଷ୍ଠ ଯନ୍ତ୍ରୀ ଦେବଚନ୍ଦନ ରାଉତଙ୍କୁ ଭବାନୀପାଟଣା ଭିଜିଲାନ୍‌ସ କୋର୍ଟକୁ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.