କିଟ୍‍ ଓ କିସ୍‍ ପକ୍ଷରୁ ଓଡ଼ିଶାର ୫୫ଟି ସ୍ଥାନରେ ମିନି ମାରାଥନ

ଜାନୁଆରୀ ମାସର ଶେଷ ରବିବାର କିଟ୍‍ ଓ କିସ୍‍ ପକ୍ଷରୁ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତାକାଲି ଓଡ଼ିଶାର ସମସ୍ତ ଜିଲ୍ଲାର ୫୫ଟି ସ୍ଥାନରେ ମିନି ମାରାଥନ ଆୟୋଜିତ ହେଉଛି ।

ଭୁବନେଶ୍ୱର : ସମସ୍ତଙ୍କ ପାଇଁ ଶିକ୍ଷା ଲକ୍ଷ୍ୟରେ ପ୍ରତିବର୍ଷ ଜାନୁଆରୀ ମାସର ଶେଷ ରବିବାର କିଟ୍‍ ଓ କିସ୍‍ ପକ୍ଷରୁ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତବର୍ଷ ମଧ୍ୟ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତାକାଲି ଓଡ଼ିଶାର ସମସ୍ତ ଜିଲ୍ଲାର ୫୫ଟି ସ୍ଥାନରେ ମିନି ମାରାଥନ ଆୟୋଜିତ ହେଉଛି ।

‘ସମସ୍ତଙ୍କ ପାଇଁ ଶିକ୍ଷା’ ବାର୍ତ୍ତା ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଡ. ସାମନ୍ତଙ୍କ ପ୍ରୋତ୍ସାହନରେ ୨୦୧୬ ମସିହାରୁ ଏହା ଆୟୋଜିତ ହୋଇଆସୁଛି । ଏହା ବ୍ୟତୀତ ଚଳିତବର୍ଷ ମହିଳା ସଶକ୍ତିକରଣ ଓ ଶିକ୍ଷାର ପ୍ରଚାର ପ୍ରସାର ନିମନ୍ତେ ମହିଳାଙ୍କୁ ନେଇ ଭୁବନେଶ୍ୱରରେ ‘ପାଟଥନ୍‍’ ମଧ୍ୟ ଆୟୋଜନ କରାଯାଉଛି । ଏଥିରେ ୫ ହଜାର ମହିଳା ଶାଢ଼ି ପିନ୍ଧି ଦୌଡ଼ିବେ । ଶିଖରଚଣ୍ଡି ଛକରୁ କିଟ୍‍ କ୍ରିକେଟ ଷ୍ଟାଡିୟମ ପର୍ଯ୍ୟନ୍ତ ଏହି ମାରାଥନ ଦୌଡ଼ ରଖାଯାଇଛି । ଏଥିରେ ଶ୍ରେଷ୍ଠ ମହିଳାଙ୍କ ପାଇଁ ପୁରସ୍କାରର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.