କିଟ ସ୍କୁଲ ଅଫ ବାୟୋଟେକ୍ନୋଲଜି ପକ୍ଷରୁ ପଞ୍ଚମ ଦୁଇ ଦିନିଆ ବାୟୋଟେକ ଇଣ୍ଡଷ୍ଟ୍ରି କନକ୍ଲେଭ

ଭୁବନେଶ୍ବର : କିଟ ସ୍କୁଲ ଅଫ ବାୟୋଟେକ୍ନୋଲଜି ପକ୍ଷରୁ ପଞ୍ଚମ ଦୁଇ ଦିନିଆ ବାୟୋଟେକ ଇଣ୍ଡଷ୍ଟ୍ରି କନକ୍ଲେଭ ଅନୁଷ୍ଠିତ ହୋଇଛି । ଏଥିରେ ସମଗ୍ର ଦେଶରୁ ୨୫ରୁ ଉର୍ଦ୍ଧ୍ୱ କମ୍ପାନୀ ଯୋଗଦେଇ ବାୟୋଟେକ୍ନୋଲଜିର ଭବିଷ୍ୟତ ସଂପର୍କରେ ଆଲୋଚନା କରିଥିଲେ । ଭାରତରେ ବାୟୋଟେକ୍ନଲଜିର ଭବିଷ୍ୟତ ଖୁବ ଉଜ୍ଜ୍ୱଳ ବୋଲି ସେମାନେ ମତବ୍ୟକ୍ତ କରିଥିଲେ । କିଟ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲଜି ବିଭାଗ ଖୁବ ଉଚ୍ଚକୋଟୀର ହୋଇଥିବା ବେଳେ ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଖୁବ ଉଜ୍ଜ୍ୱଳ ବୋଲି କହିଥିଲେ । କନକ୍ଲେଭର ଶେଷ ପର୍ଯ୍ୟାୟରେ ଇଣ୍ଡଷ୍ଟ୍ରି ଏଚଆର କନକ୍ଲେଭ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ର ଛାତ୍ରୀ ମାନଙ୍କୁ କମ୍ପାନୀରେ କାର୍ଯ୍ୟକରିବା ସମୟରେ ପାଳନ କରାଯାଉଥିବା ନିୟମାବଳୀ ସଂପର୍କରେ ଅବଗତ କରାଯାଇଥିଲା । ଏହି କନକ୍ଲେଭ ଛାତ୍ରଛାତ୍ରୀଙ୍କ ପାଇଁ ଖୁବ ଉପାଦେୟ ହେବ ବୋଲି ସ୍କୁଲ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.