କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଶତପ୍ରତିଶତ ସଫଳତା, ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖିଛନ୍ତି ଦଶମ ଶ୍ରେଣୀ ଛାତ୍ରୀ ଶୁଭୋମିତା ଚକ୍ରବର୍ତ୍ତୀ

କେନ୍ୟୁଜ୍(ବ୍ୟୁରୋ):  ସିିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳରେ କିଟ ଇଣ୍ଟରନ୍ୟାସନାଲ ସ୍କୁଲର ଶତପ୍ରତିଶତ ସଫଳତା। ଆଜି ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଶୁଭୋମିତା ଚକ୍ରବର୍ତ୍ତୀ ସର୍ବାଧିକ ୯୮ ପ୍ରତିଶତ ନମ୍ବର ରଖିଛନ୍ତି। ୩୫ ପ୍ରତିଶତ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଛନ୍ତି। ପରୀକ୍ଷାରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ୍‌ କରିଛିନ୍ତି।

ଗତ ୧୪ ବର୍ଷ ଧରି କିଟ ଇଣ୍ଟରନ୍ୟାସନାଲ ସ୍କୁଲ ସିବିଏସଇ, ଆଇଜିସିଏସଇ ଓ ଆଇବି ଡିପି ପାଠ୍ୟକ୍ରମରେ ସବୁ ବେଳେ ଶ୍ରେଷ୍ଠ ପ୍ରଦର୍ଶନ କରିିଆସିଛି। ଛାତ୍ରଛାତ୍ରୀଙ୍କ ସଫଳତାରେ ଖିୁସି ବ୍ୟକ୍ତି କରିଛନ୍ତି କିଟ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.