ପ୍ୟାରେ ଲାଲ୍‌ଙ୍କ ପ୍ରେମ ଲୀଳା : ନାବାଳିକାଙ୍କ ସହ ଧର୍ଷଣ କରି ବନାଉଥିଲା ସିଡି, ଘରୁ ଜବତ ହେଲା ଅସଂଖ୍ୟ ପର୍ଣ୍ଣ ଫିଲ୍ମ

ଭୋପାଳ : ପ୍ୟାରେ ମିଆଁ ପ୍ଲାଟ୍‌ରୁ ଜବତ ହେଲା ଅସଂଖ୍ୟ ପର୍ଣ୍ଣ ଫିଲ୍ମ ସିଡି, ଡିଭିଡି, ପେନ୍‌ ଡ୍ରାଇଭ୍‌,ସେକ୍ସ ଟୟ ଓ ବହୁ ଶକ୍ତି ବର୍ଦ୍ଧକ ମେଡିସିନ୍‌ । ପ୍ୟାରେ ମିଆଁ ନିଜ ଫ୍ଲାଟ୍‌ରେ ନାବାଳିକାଙ୍କୁ ମଦ ଦେଇ ନଚେଇବା ସହ ସେମାନଙ୍କୁ ଧର୍ଷଣ କରୁଥିଲା ଓ ତା’ର ଭିଡିଓ ବନାଉଥିଲା । ଏବେ ଏସ୍‌ଆଇଟି (ସ୍ପେସିଆଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌) ଏହାର ତଦନ୍ତ କରୁଛି ।

ମିଳିଥିବା ସୂଚନାନୁଯାୟୀ ମଧ୍ୟପ୍ରଦେଶ ଭୋପାଳରେ ଜଣେ ଖବରକାଗଜ ମାଲିକଙ୍କୁ ଧର୍ଷଣ ଅଭିଯୋଗରେ ଗିରଫ କରାଯାଇଛି । ସେ ରହୁଥିବା ଫ୍ଲାଟ୍‌ରୁ ବହୁ ସଂଖ୍ୟକ ପର୍ଣ୍ଣ ସିଡି,ଡିଭିଡି ଓ ଶକ୍ତି ବର୍ଦ୍ଧକ ମେଡିସିନ୍‌ ଜବତ କରାଯାଇଛି । ପ୍ୟାରେ ମିଆଁ ନାବାଳିକାଙ୍କୁ ଆଣି ମଦ ପିଆଇ ନଚାଉ ଥିଲା । ନାବାଳିକାମାନେ ନିଶାରେ ମସଗୁଲ୍‌ ହେଲା ପରେ ସେମାନଙ୍କ ସହ ଧର୍ଷଣ କରୁଥିଲା ।

ନାମକୁ ମାତ୍ର ଖବରକାଗଜ ମାଲିକ ଥିବା ବେଳେ ନାବାଳିକାଙ୍କୁ ଆଣି ପର୍ଣ୍ଣ ଫିଲ୍ମରେ ନିଯୁକ୍ତ କରୁଥିଲା ବୋଲି ଅଭିଯୋଗ ହୋଇଛି । ପ୍ୟାରେ ମିଆଁ ର ଅଣ୍ଡର ଓ୍ଵାର୍ଲ୍ଡ କିମ୍ପା ‘ଡି’ ଲିଙ୍କ ଥିବା ଏସ୍‌ଆଇଟି ତଦନ୍ତ କରୁଛି । ପ୍ୟାରେ ମିଆଁ ମାତ୍ର ୨୦ ବର୍ଷ ଭିତରେ କିଭଳି କୋଟି କୋଟି ଟଙ୍କାର ମାଲିକ ହେଲା ସେ ନେଇ ପୋଲିସର ଅଣ୍ଡରଓ୍ଵାର୍ଲ୍ଡ ସମ୍ପର୍କ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତା’ର ଫ୍ଲାଟରୁ ଜବତ ହୋଇଥିବା କେତକ ଡକ୍ୟୁମେଣ୍ଟରୁ ସେ ସୁଇଜରଲାଣ୍ଡ, ଦୁବାଇ ଓ ବ୍ୟାଙ୍କ୍‌କଙ୍ଗ୍‌ ଭଳି ଦେଶକୁ ଯାଇଥିବା ସୂଚନା ମିଳିଛି ।

ଜଣେ ନାବାଳିକା ସହ ନିକଟରେ ଦୁବାଇ ଯାଇଥିବା ମଧ୍ୟ ଜଣାପଡ଼ିଛି । ସେ ଝିଅମାନଙ୍କୁ ନେଇ ଦୁବାଇ କ’ଣ ପାଇଁ ଯାଉଥିଲା ଓ ସେଠାରେ କ’ଣ କରୁଥିଲା ତାହା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତା’ର ବାରମ୍ବାର ବିଦେଶ ଗ୍ରସ୍ତ ଅଣ୍ଡରଓ୍ଵାର୍ଲ୍ଡ କିମ୍ବା ‘ଡି’ ଲିଙ୍କ ଥାଇପାରେ ବୋଲି ଏସ୍‌ଆଇଟି ଖୋଳତାଡ଼ କରୁଛି । ପ୍ୟାରେ ମିଆଁର ଇନ୍ଦୋର, ଭୋପାଳ ସମେତ ବହୁ ସହରରେ କୋଟି କୋଟି ସମ୍ପତ୍ତି ରହିଥିବା ଜଣାପଡ଼ିଛି । ପ୍ୟାରେ ଲାଲ୍‌ ସହ ବହୁ ନାମଜାଦା ଲୋକଙ୍କ ସମ୍ପର୍କ ଥିବା ଏସ୍‌ଆଇଟି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.