ଲଞ୍ଚ ହେଲା ଜିଓ ଗ୍ଲାସ, ଏବେ ସ୍ମାର୍ଟ ଚଷମା ପିନ୍ଧି କରନ୍ତୁ ଭିଡିଓ କଲ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୩ତମ ଏଜିଏମ (Annual General Meeting) ରେ ରିଲାଏନ୍ସ ଜିଓ ‘ଜିଓ ଗ୍ଲାସ୍’ର ଘୋଷଣା କରିଛି । ଜିଓ ଗ୍ଲାସ୍ ହେଉଛି ଏକ ମିକ୍ସଡ ରିୟାଲିଟି ସ୍ମାର୍ଟ ଗ୍ଲାସ୍ ଯାହା ସାହାଯ୍ୟରେ ଭିଡିଓ କଲିଂ କରାଯାଇପାରିବ । ଜିଓ ଗ୍ଲାସରେ ଭର୍ଚୁଆଲ୍ ଆସିଷ୍ଟାଣ୍ଟର ସପୋର୍ଟ ମଧ୍ୟ ଦିଆଯାଇଛି । ତେବେ ଏହାକୁ ବିଶେଷ କରି ହଲୋଗ୍ରାମ କଣ୍ଟେଣ୍ଟ ପାଇଁ ଲଞ୍ଚ କରାଯାଇଛି ।

ଏଜିଏମରେ ଜିଓର ନୂତନ ଆପ୍ ଜିଓମିଟ ବିଷୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ କହିଛନ୍ତି ଯେ ଲଞ୍ଚ ହେବାର ଖୁବ୍ କମ୍ ସମୟ ମଧ୍ୟରେ ୫୦ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ କନଫରେନ୍ସିଂ ଆପ୍ ଡାଉନଲୋଡ୍ କରିଛନ୍ତି । ଜିଓମିଟ୍ ଆପ୍ ହେଉଛି ଏକ କ୍ଲାଉଡ୍ ଆଧାରିତ ଭିଡିଓ କନଫରେନ୍ସିଂ ପ୍ଲାଟଫର୍ମ ଯାହା ଉଭୟ ଆପ୍ ଏବଂ ଡେସ୍କଟପରେ ବ୍ୟବହାର କରାଯାଇପାରିବ ।

Smart glasses are coming this year, and I'm not ready

କଣ ଏହି ଜିଓ ଗ୍ଲାସ ?

ରିଲାଏନ୍ସ ଜିଓ ପ୍ରତିବର୍ଷ AGMରେ ନୂଆ ପ୍ରଡକ୍ଟର ଘୋଷଣା କରିଥାଏ । ଏଥର କମ୍ପାନୀ ନେଇ ଆସିଛି ଜିଓ ଗ୍ଲାସ । ଜିଓ ଗ୍ଲାସ୍ ସାହାଯ୍ୟରେ ଏକ ଭର୍ଚୁଆଲ୍ 3D ଅବତାର ମାଧ୍ୟମରେ ବାର୍ତ୍ତାଳାପ କରାଯାଇପାରିବ । ଇଭେଣ୍ଟ ସମୟରେ ଏହାର ଡେମୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଜିଓ ଗ୍ଲାସ୍ ମାଧ୍ୟମରେ ଆପଣ ଏକାସାଙ୍ଗରେ ଦୁଇ ଜଣଙ୍କୁ ଭିଡିଓ କଲ୍ କରିପାରିବେ ।

3D ଅବତାର କଣ ?

ବାର୍ତ୍ତାଳାପ ସମୟରେ ଆପଣ ଗ୍ଲାସରେ ହିଁ ଉକ୍ତ ବ୍ୟକ୍ତିଙ୍କ 3D ଅବତାର ଦେଖିପାରିବେ ଯାହାଙ୍କୁ ଆପଣ କଲ କରିଛନ୍ତି । ବିଶେଷ କଥା ହେଉଛି ଜିଓ ଗ୍ଲାସରେ ଉଭୟ 3D ଏବଂ 2D ଟେକ୍ନୋଲୋଜି ସପୋର୍ଟ ଦିଆଯାଇଛି । ଜିଓ ଗ୍ଲାସର ଓଜନ ମାତ୍ର 75 ଗ୍ରାମ ଯାହାକି ଏହାର ଏକ ଖାସ ଫିଚର ବୋଲି ପ୍ରମାଣ ପ୍ରମାଣିତ ହୋଇପାରେ । ଏହା ସହିତ ଜିଓ ଗ୍ଲାସରେ ସ୍ମାର୍ଟଫୋନର କଣ୍ଟେଣ୍ଟ ମଧ୍ୟ ଆକ୍ସେସ କରାଯାଇପାରିବ । ଏଥିପାଇଁ ଏକ କେବୁଲ୍ ବ୍ୟବହାର କରିବାକୁ ପଡିବ । ଜିଓ ଗ୍ଲାସରେ 25ଟି ଆପର ସପୋର୍ଟ ଦିଆଯାଇଛି । ଇ-କ୍ଲାସରେ ହୋଲୋଗ୍ରାଫିକ୍ସ କଣ୍ଟେଣ୍ଟ ପାଇଁ ମଧ୍ୟ ଜିଓ ଗ୍ଲାସ୍ ବ୍ୟବହାର କରାଯାଇପାରିବ । ସର୍ବଶେଷରେ ଏହାର ମୂଲ୍ୟ 14,000ରୁ 15,000 ଭିତରେ ରହିବ ବୋଲି ଅନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.