ଅଚେତ ଯୁବକଙ୍କୁ ଉଦ୍ଧାର କରିବା ସହ ୯ଲକ୍ଷ ଟଙ୍କା ଫେରାଇଲେ କଟକ କିଶନ ନଗର ୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ
ସାଲେପୁର (କେନ୍ଯୁଜ) : ଜିଲ୍ଲା ପରିଷଦ ସଦସ୍ୟଙ୍କ ମହାନତା ଦେଖାଇଲେ। ଅଚେତ ଯୁବକଙ୍କୁ ଉଦ୍ଧାର କରିବା ସହ ୯ଲକ୍ଷ ଟଙ୍କା ଫେରାଇଲେ। କଟକ ଜିଲ୍ଲା ସୋମପୁର ପାରାଦୀପ ମୁଖ୍ୟ ରାସ୍ତା ପାର୍ଶ୍ୱରୁ ଜଣେ ଯୁବକ ଅଚେତ ଅବସ୍ଥାରେ ପଡି ରହିଥିଲେ। ସେହି ସମୟରେ କିଶନନଗର ୭ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ମଲ୍ଲିକ ସେହି ରାସ୍ତା ଦେଇ ଯାଉଥିବା ବେଳେ ଯୁବକଙ୍କୁ ଅଚେତ ଅବସ୍ଥାରେ ପଡି ରହିଥିବା ଦେଖି ତାଙ୍କ ପାଖରେ ପହଁଞ୍ଚିଥିଲେ।
ତାଙ୍କୁ ଅଚେତ ଅବସ୍ଥାରେ ଦେଖି ପାଣି ଛିଞ୍ଚି ତାଙ୍କ ଚେତା ଫେରାଇ ଆଣିବା ସହିତ ତାଙ୍କ ପାଖରେ ଏକ ବ୍ୟାଗ୍ ପଡିଥିବା ଦେଖି ବ୍ୟାଗ୍ ଖୋଲିଥିଲେ । ତା ଭିତରେ ପ୍ରାୟ ୯ଲକ୍ଷ ଟଙ୍କା ଥିବାର ଦେଖିଥିଲେ। ତା’ ପରେ ଯୁବକଙ୍କ ପରିବାର ଲୋକ ଓ ପରିଚୟ ପାଇବା ପାଇଁ କିଶନନଗର ପୋଲିସର ସହାୟତା ନେଇଥିଲେ। ଘଟଣାସ୍ଥଳରେ କିଶନନଗର ପୋଲିସ ପହଞ୍ଚି ତଦନ୍ତ କରି ତାଙ୍କ ପରିଚୟ ପାଇଥିଲେ।
ଯୁବକ ଜଣକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଞ୍ଚଳର ଗୋପୀନାଥ ସାହୁ। ପରେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ପହଞ୍ଚିବା ପରେ ପୋଲିସର ଉପସ୍ଥିତିରେ ସେମାନଙ୍କୁ ଟଙ୍କା ଦେଇଥିଲେ ଜିଲ୍ଲା ପରିଷଦ । ଏହି ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା । ସବୁଆଡୁ ଅଭିନନ୍ଦନର ବାର୍ତ୍ତା ଛୁଟୁଛି। କିଶନ ନଗର ଥାନା ଅଧିକାରୀ ମଧ୍ୟ ଜିଲ୍ଲା ପରିଷଦ ସଦସ୍ୟ ବିଳାସ ମଲ୍ଲିକଙ୍କୁ ଅଭିନନ୍ଦନ ଜଣାଇଥିଲେ।