ଭଞ୍ଜନଗର: ବଡବୋରସିଂ ହାଇସ୍କୁଲ ଭିତରେ ଛୁରାମାଡ଼, ଆହତ ଛାତ୍ର ମେଡିକାଲରେ ଭର୍ତ୍ତି

ଭଞ୍ଜନଗର(କେନ୍ଯୁଜ): ଭଞ୍ଜନଗରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା।  ସ୍କୁଲରେ ଛୁରାମାଡ। ଦଶମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡ଼ରେ ଅନ୍ୟ ଜଣେ ଛାତ୍ର ଆହତ। ଭଞ୍ଜନଗର ଗାଙ୍ଗପୁର ଥାନା ବଡବୋରସିଂ ହାଇସ୍କୁଲ ଭିତରେ ଛୁରାମାଡ଼ ହୋଇଛି।

ଛୁରାମାଡ଼ରେ ଆହତ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳରୁ ଛୁରାମାଡ଼ ହୋଇଥିଲା। ଆହତ ଛାତ୍ର ଜଣକ ହେଉଛି ଅମିତ୍ କୁମାର ନାୟକ । ଶୁଭମ୍ ଭୋଳ ନାମକ ଛାତ୍ର ଉତ୍ୟକ୍ତ ହୋଇ ଆକ୍ରମଣ କରିଥିବା ପ୍ରଧାନ ଶିକ୍ଷକଙ୍କ ଠାରୁ ସୂଚନା ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଗତ ଦୁଇ ତିନିଦିନ ପୂର୍ବରୁ ଦୁଇ ଛାତ୍ର ଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ଯାହାର ଫଳ ସ୍ୱରୂପ ଏଭଳି ଘଟଣା ର ସୂତ୍ରପାତ ହେଲା ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.