ଆସନ୍ତାକାଲି ଠାରୁ କଟକରେ ତିନି ଦିନ ଧରି ଅନୁଷ୍ଠିତ ହେବ କାଇଟ ଉତ୍ସବ
କଟକ(କେନ୍ୟୁଜ୍): ଆସନ୍ତାକାଲି ଠାରୁ ତିନି ଦିନ ଧରି ଅନୁଷ୍ଠିତ ହେବ କଟକ କାଇଟ ଉତ୍ସବ। ଏ ନେଇ ସୂଚନା ଦେଲେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। ଓରମାସ, ମିଶନ ଶକ୍ତିର ମିଳିତ ସହଭାଗିତାରେ ଜିଲ୍ଲା ପ୍ରଶାସନ ଏହି ତିନି ଦିନିଆ କଟକ କାଇଟ ଉତ୍ସବ ବାରବାଟୀ ପ୍ଯାଲସ ଅନୁଷ୍ଠିତ ହେବ।
ମିଶନ ଶକ୍ତି ଅଧୀନରେ ସ୍ୱାବଲମ୍ବୀ ହୋଇଥିବା ମହିଳା ଉଦ୍ୟଗୀଙ୍କ ବିଭିନ୍ନ ପ୍ରକାରର ଉତ୍ପାଦ ଏହି ମିନି ମେଳାରେ ପ୍ରଦର୍ଶିତ ହେବା ସହ ବିକ୍ରୀ କରାଯିବ। ମହିଳା ଉଦ୍ୟୋଗୀମାନଙ୍କ ଦ୍ବାରା ନିର୍ମିତ ବିଭିନ୍ନ ହସ୍ତତନ୍ତ, ବୁଣାକାର ଓ ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ ପାଇଁ ୧୮ ଟି ଷ୍ଟଲ ସ୍ଥାନ ପାଇବ। ଏହାଛଡ଼ା ଟେରାକଟା ସାମଗ୍ରୀ, କତା ସାମଗ୍ରୀ ଆଦି ବିକ୍ରୀ ହେବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମର ଆୟୋଜନ କରିବ ଜିଲ୍ଲା ପ୍ରଶାସନ।