ବାହାମାସ ଭୂତ କମ୍ପାନୀ- ସୁରଙ୍ଗୀ ସର୍ଭିସେସ ଲିମିଟେଡ୍‌ ଲିଙ୍କ, ସୁରଙ୍ଗୀ ସାମ୍ରାଜ୍ୟ କେଉଁଠି, ମଞ୍ଜୁଳା ଶ୍ରଫଙ୍କ ପ୍ରକୃତ ପରିଚୟ କଣ ଜାଣନ୍ତୁ ଏହି ରିପୋର୍ଟରୁ

ଗଞ୍ଜାମ(କେନ୍ୟୁଜ୍):  ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ରହିଛି ସୁରଙ୍ଗୀ ଗଡ଼। ଇତିହାସ ପୃଷ୍ଠର ଏକ ମୁକସାକ୍ଷୀ ହୋଇ ଠିଆ ହୋଇଛି। ପ୍ରାୟ ୨ଶହ ବର୍ଷ ଧରି ଶାସନ କରିଥିଲେ ସୁରଙ୍ଗୀ ରାଜ ପରିବାର। ୫ ପୀଢ଼ି ଧରି ଚାଲିଥିଲା ରାଜୁତି। ସ୍ଥାନୀୟ ଲୋକେ କହୁଛନ୍ତି, ରାଜା କୀର୍ତ୍ତିଚନ୍ଦ୍ର ଦେବଙ୍କ, ଦୁଇ ଝିଅ କନକ ମଞ୍ଜରୀ ଓ ମଞ୍ଜୁଳା ମଞ୍ଜରୀ ଦେବ। ମଞ୍ଜୁଳା ଥିଲେ କନିଷ୍ଠ। ବହୁ ବର୍ଷ ହେଲାଣି ବାହାରେ ରହୁଛନ୍ତି। ମଝିରେ ମଝିରେ ଆସନ୍ତି ଏଠାକୁ, ଏମାନଙ୍କ ରାଜଜେମା।

ଅଧିକାଂଶ ସ୍ଥାନୀୟ ବାସିନ୍ଦା, ମଞ୍ଜୁଳା କେଉଁଠି ଅଛନ୍ତି, କଣ କରନ୍ତି ଠିକ୍‌ରେ ଜାଣି ନାହାନ୍ତି। ବାହମାସ ଭୂତ କଂପାନୀ-ସୁରଙ୍ଗୀ ସର୍ଭିସେସ ଲିମିଟେଡ୍‌ ବିଷୟରେ ଅଜ୍ଞ। କିନ୍ତୁ ସ୍ଥାନୀୟ ବାସୀନ୍ଦାଙ୍କର ସେ ପ୍ରିୟ ରାଜଜେମା। ଗଣ ମାଧ୍ୟମରେ ଯାହା ଚର୍ଚ୍ଚା ହେଉଛି, ତାକୁ ବିଶ୍ୱାସ କରୁନାହାନ୍ତି। ଯଦି ସତ ହେବେ ତେବେ ଆଘାତ ଦେବ ବୋଲି କହୁଛନ୍ତି।

ବାହାମାସର ୩ ଭୂତ କଂପାନୀ ଫିନଲେ, ମେସିନା ଓ ଫିକିକା ଅରଟେଲ କଂପାନୀରେ ୧୮ କୋଟି ନିବେଶ କରିଥିବା ଅଭିଯୋଗ ହୋଇଥିଲା। ଏହିସହ ନିକଟରେ ଦିଲ୍ଲୀର ଏକ ସାମାଜିକ ଅନୁଷ୍ଠାନ କହିଥିଲା, ଦିଲ୍ଲୀ ସଫଦରଜଙ୍ଗରେ ଥିବା ସୁରଙ୍ଗୀ  ସର୍ଭିସେସ୍‌  ଲିମିଟେଡ୍‌ର ଏକ ଗେଷ୍ଟ ହାଉସକୁ ୧୦କୋଟି ଟଙ୍କାରେ କିଣିଥିଲା ଓଟିଭି। ଉଭୟ ଅରଟେଲ ଓ ଓଟିଭି ବୈଜୟନ୍ତ ଓ ଜଗି ପଣ୍ଡାଙ୍କ ମାଲିକାନରେ ରହିଛି। ଭୂତ କଂପାନୀ ଫିନଲେ, ମେସିନାର ପାୱାର ଅଫ ଆଟର୍ଣ୍ଣି ମଞ୍ଜୁଳା ପୂଜା ଶ୍ରଫଙ୍କ ନାଁରେ ଥିଲା। ଫିନ୍‌ଲେ କର୍ପୋରେସନ ଓ ମେସିନା କର୍ପୋରେସନର ମାଲିକାନାରେ ଥିଲା ସୁରଙ୍ଗୀ ସର୍ଭିସେସ୍‌ ଲିମିଟେଡ ବା SSL। ମଞ୍ଜୁଳା ଅରଟେଲ କମ୍ୟୁନିକେସନର ଜଣେ ନିର୍ଦ୍ଦେଶକ ସହ ଓଟିଭିର ବୋର୍ଡରେ ମଧ୍ୟ ଥିଲେ। ଏ ସବୁର ଖୁଲ୍ଲାସା ପରେ ଚର୍ଚ୍ଚାକୁ ଆସି ଯାଇଛନ୍ତି ସୁରଙ୍ଗୀର ରାଜଜେମା ମଞ୍ଜୁଳା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.