କୋଲକାତା ଇଣ୍ଡିଆନ ମ୍ୟୁଜିୟମରେ ଅଘଟଣ: ସାଥି ଯବାନଙ୍କ ଆଖିବୁଜା ଗୁଳିମାଡ଼ରେ ଗଲା CISF ଓଡ଼ିଆ ଯବାନଙ୍କ ଜୀବନ

କୋଲକାତା(କେନ୍ୟୁଜ୍): କୋଲକାତା ଇଣ୍ଡିଆନ ମ୍ୟୁଜିୟମରେ ଗୁଳିକାଣ୍ଡ। ଜଣେ CISF ଓଡ଼ିଆ ଯବାନ ନିହତ । ଗତକାଲି ଇଣ୍ଡିଆନ ମ୍ୟୁଜିୟମରେ ଥିବା ବାରାକରେ ଜଣେ ଓଡ଼ିଆ ସିଆଇଏସଏଫ ଯବାନ ଆଖିବୁଜା ଗୁଳିମାଡ଼ କରିଥିଲେ । ଏଥିରେ ଜଣେ ଯବାନ ଗୁରୁତର ଆହତ ହୋଇଥିବା ବେଳେ ଜଣେ ନିହତ ହୋଇଛନ୍ତି ।

ଏକେ-୪୭ ବନ୍ଧୁକରୁ ଗୁଳିମାଡ଼ କରିଥିଲେ ସିଆଇଏସଏଫ ଯବାନ ଅକ୍ଷୟ ମିଶ୍ର । ଗୁଳିମାଡ଼ କରିଥିବା ଯବାନଙ୍କୁ ଗିରଫ କରାଯାଇଛି । ତେବେ କାହିଁକି ଗୁଳିମାଡ଼ କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ ବୋଲି କହିଛନ୍ତି କୋଲକାତା ପୋଲିସ କମିଶନର ଭିକେ ଗୋୟଲ । ୨୦୧୯ ରୁ କୋଲକାତା ଇଣ୍ଡିଆନ୍‌ ମ୍ୟୁଜିଅମ୍‌ର ସୁରକ୍ଷା ଦାୟିତ୍ୱ ହାତକୁ ନେଇଛି ସିଆଇଏସଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.