ଆଜି ହେଉଛି ବନ୍ଧୁତ୍ୱ ଦିବସ, ଜାଣନ୍ତୁ କେବେ ଓ କାହିଁକି ଆରମ୍ଭ ହୋଇଥିଲା ଏହି ଦିନ ?

ବନ୍ଧୁ। ସବୁଠୁ ଭିନ୍ନ ଏ ସମ୍ପର୍କ। ଏଥିରେ ନା ଥାଏ କୌଣସି ବାଛବିଚାର, ନା ବୟସର କଟକଣା। ସେ ଯୁବକ ହେଉ କି ବୃଦ୍ଧ ସମସ୍ତଙ୍କ ପାଖରେ ବନ୍ଧୁତ୍ୱର ମହତ୍ତ୍ୱ ରହିଛି। ତେଣୁ ସମସ୍ତେ ବନ୍ଧୁତ୍ତ୍ୱ ଦିବସକୁ ଖୁବ୍‌ ଉତ୍ସାହର ସହ ପାଳନ୍ତି। ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ। ଜାତି, ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଅଟେ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା, ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ । ବନ୍ଧୁଙ୍କ ପାଇଁ ଦିନଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଖାଲି ଭାରତ ନୁହେଁ ସାରା ବିଶ୍ୱରେ ଆଜି ପାଳନ ହେଉଛି ବନ୍ଧୁତ୍ୱ ଦିବସ ଅର୍ଥାତ୍‌ ଫ୍ରେଣ୍ଡସିପ୍ ଡେ’। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ’ ଭାବେ ପାଳନ କରାଯାଇଥାଏ।

ଇଂରାଜୀରେ କହିଲେ ଆଜି ହେଉଛି ‘ଫ୍ରେଣ୍ଡସିପ୍‌ ଡେ’ । ତେବେ ବନ୍ଧୁତ୍ୱର ଅନେକ ଉଦାହରଣ ରହିଛି । ଯେମିତି କି ଆମେ ଜାଣିଛେ ବନ୍ଧୁତ୍ୱର ସବୁଠାରୁ ବଡ ଉଦାହରଣ ହେଉଛି ‘କୃଷ୍ଣ ଓ ସୁଦାମା’ଙ୍କ ବନ୍ଧୁତ୍ୱ । ‘କୃଷ୍ଣ-ସୁଦାମା’ଙ୍କ ବନ୍ଧୁତ୍ୱରୁ ଆମେ ଜାଣିବାକୁ ପାଇଛେ ଯେ ବନ୍ଧୁତ୍ୱରେ କେବେ ବି ବଡ-ସାନ, ଗରିବ-ଧନୀ ଦେଖିଯାଇନଥାଏ । ଆହୁରି ମଧ୍ୟ ଆମ ପାଖରେ ଅନେକ ଉଦାହରଣ ରହିଛି ଯେ, କେବଳ ମଣିଷ ହିଁ ମଣିଷର ବନ୍ଧୁ ନୁହେଁ ପଶୁ ପକ୍ଷୀ ମଧ୍ୟ ମଣିଷର ସଚ୍ଚା ବନ୍ଧୁ ହୋଇପାରନ୍ତି । ବଲିଉଡ କିମ୍ବା ଓଲିଉଡ୍‌ରେ ଏମିତି ଅନେକ ଫିଲ୍ମ ରହିଛି ଯେଉଁଥିରେ ପଶୁ ଓ ମଣିଷର ନିବିଡ ବନ୍ଧୁତ୍ୱକୁ ଦର୍ଶାଯାଇଛି ।

ବିଶେଷ କରି ଯୁବପୀଢ଼ିମାନେ ବେଶ୍ ଆଗ୍ରହର ସହ ଏହି ଡେ’କୁ ପାଳନ କରିଥାନ୍ତି। ସ୍ୱତନ୍ତ୍ର ବ୍ୟାଣ୍ଡ୍‌, କାର୍ଡ, ଫୁଲ, କିମ୍ବା ଗିଫ୍ଟ ଦେଇ ଗୋଟିଏ ବନ୍ଧୁ ଆର ବନ୍ଧୁକୁ ଆଜି ଦିନର ଶୁଭେଚ୍ଛା ଜଣାଇଥାନ୍ତି। ସାଧାରଣତଃ ୩୦ ଜୁଲାଇକୁ ବିଶ୍ୱ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ । କିନ୍ତୁ ଭାରତ ଓ ବାଙ୍ଗଲାଦେଶ ସହିତ ଅନ୍ୟ ଦେଶମାନଙ୍କରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ରୂପେ ପାଳନ କରାଯାଏ ।

ଫ୍ରେଣ୍ଡସିପ୍‌ ଡେ ଇତିହାସ: ୧୯୩୫ ମସିହା ଅଗଷ୍ଟ ମାସ ପ୍ରଥମ ରବବାର ଦିନ ଆମେରିକା ସରକାର ଜଣେ ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ । ଆଉ ଏହି ଦୁଃଖରେ ମୃତକଙ୍କର ଜଣେ ଘନିଷ୍ଠ ବନ୍ଧୁ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ଏହା ଦେଖି ସରକାର ମଧ୍ୟ ହତବାକ୍‌ ହୋଇଯାଇଥିଲେ । ତେବେ ଏହି ଦିନଟିକୁ ସବୁଦିନ ପାଇଁ ମନେ ରଖିବା ପାଇଁ ଦକ୍ଷିଣ ଆମେରିକାବାସୀ ଅଗଷ୍ଟ ପ୍ରଥମ ରବିବାରକୁ ଇଣ୍ଟରନେସନାଲ ଫ୍ରେଣ୍ଡସିପ୍‌ ଡେ ଭାବେ ପାଳନ କରିବାକୁ ସ୍ଥିର କରିଥିଲେ । ଏଥିପାଇଁ ସେ ସରକାରଙ୍କୁ ଏନେଇ ଏକ ପ୍ରସ୍ତାବ ମଧ୍ୟ ଦେଇଥିଲେ । ତେବେ ସେହି ସମୟରେ ଆମେରିକା ସରକାର ଏହି ପ୍ରସ୍ତାବକୁ ଖଣ୍ଡନ କରିଥିଲେ । କିନ୍ତୁ ଏହାର ୨୧ ବର୍ଷ ପରେ ୧୯୫୮ ମସିହାରେ ଏହି ପ୍ରସ୍ତାବକୁ ଆମେରିକା ସରକାର ମଞ୍ଜୁରି ଦେଇଥିଲେ । ଏହା ପରଠାରୁ ଅଗଷ୍ଟ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍‌ ଡେ ଭାବେ ପାଳନ କରିବା ଆରମ୍ଭ ହୋଇଛି । ଆମେରିକାରୁ ଏହି ପ୍ରଥା ଆରମ୍ଭ ହୋଇ ଏବେ ସାରା ବିଶ୍ୱରେ ଚାଲିଛି ।

ତେବେ ଆଜିର ଏହି ବନ୍ଧୁତ୍ୱ ଦିବସକୁ ବିଭନ୍ନ ଲୋକ ଭିନ୍ନ ଭିନ୍ନ ଷ୍ଟାଇଲରେ ପାଳନ କରିଥାନ୍ତି । କେହି କେହି ସୋସିଆଲ୍‌ ମିଡିଆରେ ମେସଜ୍‌ କିମ୍ବା ପୋଷ୍ଟ କରି ବନ୍ଧୁତ୍ୱ ଦିବସ ପାଳିଥାନ୍ତି ତ କେହି କେହି କେକ୍‌ କାଟି ପାଳନ କରିଥାନ୍ତି ।ଆହୁରି ମଧ୍ୟ, ବନ୍ଧୁମାନେ ପରସ୍ପରକୁ କାର୍ଡ, ଅଭିବାଦନ, ଉପହାର ଦିଅନ୍ତ ଓ ଫ୍ରେଣ୍ଡସିପ୍ ବ୍ୟଣ୍ଡ ବାନ୍ଧି ଏହି ଦିନକୁ ପାଳନ କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.