କୋରାପୁଟ: ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଲଙ୍କାକାଣ୍ଡ, ହାଇୱା ପୋଡିବା ସହ ଡ୍ରାଇଭରକୁ ମାଡ଼ ମାରି ଲୋକେ କଲେ ଗୁରୁତର

ଜୟପୁର(କେନ୍ୟୁଜ୍): ହାଇୱା ଚାପରେ ଯୁବକଙ୍କ ମୃତ୍ୟୁ । ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ୨୬ ନମ୍ବର ଜାତୀୟ ରାଜପଥର ଭିଜିଲାନ୍ସ ଅଫିସ ନିକଟରେ ଦୁଇଟି ବାଇକକୁ ଧକ୍କା ଦେଇଥିଲା ହାଇୱା । ଘଟଣାସ୍ଥଳରେ ମିଟୁ ଖରାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ରାହୁଲ ପଟ୍ଟନାୟକଙ୍କର ଜିଲ୍ଲା ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣା ସ୍ଥଳରେ ଲଙ୍କାକାଣ୍ଡ ହୋଇଥିଲା। ସ୍ଥାନୀୟ ଲୋକମାନେ ହାଇୱା ଡ୍ରାଇଭରକୁ ମାଡ଼ ମରି ଗୁରୁତର କରିବା ପରେ ହାଇୱାକୁ ଜାଳି ଦେଇଛନ୍ତି।

jaypore 12
ହାଇୱା ଧକ୍କାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଯୁବକଙ୍କ ଫାଇଲ ଫଟୋ

ହାଇୱାଟି ଜଳିବା ପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଗୁରୁତର ଡ୍ରାଇଭର ଓ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ  ଉଦ୍ଧାର କରିବା ସହ ଟ୍ରକ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉତ୍ୟେକ୍ତ ଜନତାଙ୍କ ଆକ୍ରୋଶରୁ ପୋଲିସ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ବର୍ତ୍ତି ପାରିନଥିଲେ। ପରେ ଜୟପୁର  ଟାଉନଥାନା ଅଧିକାରୀ ବାଲେଶ୍ବର ଗିଧି ଓ ଏସଡିପିଓ ଅରୁପ ଅଭିଷେଖ ବେହେରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଟ୍ରକ ଡ୍ରାଇଭରକୁ  ଉଦ୍ଧାର କରି ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କର  ମୃତ୍ୟୁ ଘଟିଛି।