ଜାଣନ୍ତୁ ଶରୀରର ଏମିତି ଅଙ୍ଗ ଯାହା ବିନା ବି ଶରୀର ଭଲରେ କାମ କରିପାରେ

ଶରୀରର ଏମିତିତ ସବୁ ଅଙ୍ଗର ଭୂମିକା ରହିଛି । ଯାହା ମନୁଷ୍ୟର କ୍ରମ ବିକାଶ ସହ ତାଳ ଦେଇ ବଢ଼ିଥାଏ । ତେବେ ଏପରି କିଛି ଅଙ୍ଗ ଯାହା ବିନା ବି ମନୁଷ୍ୟ ଆରାମରେ ବଞ୍ଚିପାରିବ । ଆସନ୍ତୁ ଜାଣିବା ଏପରି କିଛି ଅଙ୍ଗ ବିଷୟରେ ଯାହା ମନୁଷ୍ୟ ଶରୀରରେ ଥାଇ ମଧ୍ୟ ନଥିଲା ପରି । ଏହି ଅଙ୍ଗକୁ ଆମେ ନନ୍‌-ଭାଇଟାଲ୍‌ ଅର୍ଗାନ ବୋଲି କହିଥାଉ ।

ଆପେଣ୍ଡେସାଇଟ୍ସ :

ଏହା ଶରୀରରେ ଥିବା ଅନ୍ୟ ଅଙ୍ଗ ଭଳି ଏତେ ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ । ଆମ ପୂର୍ବଜଙ୍କ ପାଇଁ ଏହି ଅଙ୍ଗ ଜରୁରୀ ଥିଲା । ବିଶେଷକରି ଶିକାର କରିବା ବେଳେ କିମ୍ବା ଦୂରରୁ ବାସ୍ନା ବାରିବାରେ ଏହି ଅଙ୍ଗ କାମ କରୁଥିଲା । ମାତ୍ର ମନୁଷ୍ୟର କ୍ରମ ବିକାଶ ପରେ ଏହି ଅଙ୍ଗ ଅଦରକାରୀ ହୋଇଗଲା । ବର୍ତ୍ତମାନ ଏହି ଅଙ୍ଗ ଭଲ ଅପେକ୍ଷା ବେଶୀ ଖରାପ କାମ କରିଥାଏ । ଯଦି ଇନ୍‌ଫେକ୍‌ସନ ହୁଏ ତେବେ ଶରୀର ପାଇଁ ବହୁତ କ୍ଷତିକାରକ ହୋଇଥାଏ । ବେଳେ ବେଳେ ଏହା ମଣିଷକୁ ମାରିଦେଇପାରିଥାଏ । ଅସୁବିଧା ହେଲେ ଡାକ୍ତର ଏହି ଅଙ୍ଗକୁ କାଟି ବାହାର କରିଦେଇଥାନ୍ତି ।

tonsil
photo credit: hindi.news18.com

ଟନ୍‌ସିଲ୍‌ :

ଟନ୍‌ସିଲ୍‌ ବି ଶରୀରର କିଛି କାମିକା ଅଙ୍ଗ ବୋଲି ମନାଯାଏ ନାହିଁ । ଏହା କଣ୍ଠ ପାଖରେ ଥିବା ଏକ ମାଂସ ପେଣ୍ଡୁଳା ଭଳି । ତେବେ ଏହାର ଶରୀର ପାଇଁ କୌଣସି ଅବଦାନ ନାହିଁ । ତେବେ ବେଳେ ବେଳେ ଏହା ସଂକ୍ରମଣ ହୋଇ ବରଂ ଶରୀରକୁ ଅସୁବିଧାରେ ପକାଇଥାଏ । ଅଧିକାଂଶ ସମୟ ଡାକ୍ତର ଏହି ଅଙ୍ଗକୁ କାଟି କାଢ଼ିଦେବା ପାଇଁ ଉପଦେଶ ଦେଇଥାନ୍ତି ।

ସେହିପରି ଆଉ କିଛି ଅଙ୍ଗକୁ ମଧ୍ୟ ଶରୀରର ବେକାର ଅଙ୍ଗ ବୋଲି କୁହାଯାଇଥାଏ । ଯେପରି ପେରାନୋଜଲ ସାଇନସ୍‌, ଟେଲ୍‌ବୋନ୍‌ ଏବଂ ଓଁରିକୁଲର ମଧ୍ୟ ମାଂସପେଶୀ ଶରୀର ମଧ୍ୟରେ ଏକ ଅଦରକାରୀ ଅଙ୍ଗ ବୋଲି ଡାକ୍ତରମାନେ ମତ ଦିଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.