ଭାରତର ପ୍ରଥମ କୃଷକ ମନ୍ଦିର ଆମ ରାଜ୍ୟରେ, ଅକ୍ଷୟ ତୃତୀୟାରେ ଏଠି ହୁଏ ପୂଜାର୍ଚ୍ଚନା

ମାହାଙ୍ଗା (କେନ୍ୟୁଜ୍‌) : ଆମ ଦେଶ ହେଉଛି ଏକ କୃଷି ପ୍ରଧାନ ଦେଶ । ସେଥି ମଧ୍ୟରୁ ଓଡିଶା ବି ବାଦ୍‌ ପଡ଼ିନି । କୃଷକ ତାର ଲୁହ ଲହୁ ଦେଇ ଚାଷ କରି ସମସ୍ତଙ୍କ ପେଟକୁ ଦାନା ଯୋଗାଏ । ତେଣୁ କୃଷକଙ୍କୁ ଉଚିତ ମର୍ଯ୍ୟାଦା ଦେବା ପାଇଁ , ସେମାନଙ୍କ ପରିଶ୍ରମକୁ ସମ୍ମାନ ଦେବା ଲାଗି ଭାରତର ପ୍ରଥମ କୃଷକ ମନ୍ଦିର ନିର୍ମାଣ କରାଯାଇଛି କଟକ ଜିଲ୍ଲା ମାହାଙ୍ଗା ଗୋକନ ପଂଚୟତ ମଣିଜରି ଗ୍ରାମରେ । କୃଷକ ମନ୍ଦିରରେ ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରରେ ପୂଜାର୍ଚ୍ଚନା ସହ ନାମ ସଂକୀର୍ତ୍ତନ କରାଯାଇଥିଲା।

KRUSHAKA MANDIRA-2

୨୦୦୫ ମସିହା ଠାରୁ ମଣିଜୋରି ଗ୍ରାମରେ ଯୁବ ସମାଜସେବୀ ପ୍ରତାପ ସାହୁ ଏହି ମନ୍ଦିରକୁ ପ୍ରଥମେ ପ୍ରତିଷ୍ଠା କରିଥିଲେ l ଦୁଇ ବର୍ଷ ପୂର୍ବରୁ ଅକ୍ଷୟ ତୃତୀୟା ଅବସରରେ ଶତାଧିକ ଚାଷୀ ଏଠାରେ ଏକତ୍ରିତ ହେବା ସହ ବଳଦ ସାହାଯ୍ୟରେ ହଳ ପ୍ରତିଯୋଗିତା କରାଯାଇଥିଲା l ଏପରିକି ଶହ ଶହ ଗାଈ ବାଛୁରୀ ମଧ୍ୟ ଏଠାକୁ ଆସିଥାନ୍ତି । ଏହାଛଡା ଗାଈର ମାଲିକମାନଙ୍କୁ ଘଣ୍ଟି ଘଣ୍ଟ ଉତ୍ତରୀୟ ଆଦି ଦେଇ ସମ୍ବର୍ଦ୍ଧିତ କରାଯାଏ l
ମଧ୍ୟାହ୍ନ ସମୟରେ ସମସ୍ତ ଚାଷୀ ଓ ଅଞ୍ଚଳବାସୀଙ୍କ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଥାଏ । ଏହି କାର୍ଯ୍ୟକ୍ରମରେ ପୂର୍ବରୁ ବହୁ ନେତା, ମନ୍ତ୍ରୀ କୃଷି ବିଭଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି l ଏଥର ମଧ୍ୟ ମହାସମାରୋହରେ ପାଳିତ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.