କାମ ଚାଲିଥିବାବେଳେ ହଠାତ୍ ହେଲା ବଜ୍ରାଘାତ, ଦେଖୁ ଦେଖୁ ଟଳିପଡିଲେ ଶ୍ରମିକ

ବାସୁଦେବପୁର (କେନ୍ୟୁଜ୍): ବଜ୍ରାଘାତରେ ଶ୍ରମିକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଅଟଳ ବିହାରୀ କଲେଜ ଛକ ନିକଟରେ । ସୂଚନା ମୁତାବକ, ଗତକାଲି ମଧ୍ୟାହ୍ନରେ କାମ କରୁଥିବା ବେଳେ ବଜ୍ରାଘାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ହଠାତ୍ ଅପରାହ୍ନରେ ଆରମ୍ଭ ହୋଇଯାଇଥିଲା ତୁହାକୁ ତୁହା ବର୍ଷା ସାଙ୍ଗକୁ ବିଜୁଳି, ଘଡଘଡି । ଏହି ସମୟରେ କଲେଜ ଛକରେ ଥିବା ଅଭୟ କୁଣ୍ଡୁ ନାମକ ବ୍ୟକ୍ତିଙ୍କ ଘରେ ଟାଇଲ କାମ କରୁଥିଲେ କିଛି ଶ୍ରମିକ । ବଜ୍ରଘାତ ହେବାରୁ ଗୋଟେ ଶ୍ରମିକ ଗୁରୁତର ହୋଇପଡିଥିଲେ । ତାଙ୍କୁ ତୁରନ୍ତ ପାଖରେ ଥିବା ଅନ୍ୟ ଶ୍ରମିକ ମାନେ ଗୁରୁତର ଅବସ୍ଥାରେ ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ଡାକ୍ତର ଏଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ମୃତକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣା ଅଂଚଳର ସଂଗ୍ରାମ ମିଶ୍ରଙ୍କ ପୁଅ ପରିମଳ ମିଶ୍ର । ପରିମଳ ଦୀର୍ଘ ଦିନ ହେବ ବାସୁଦେବପୁରରେ ରହି ବିଭିନ୍ନ ସ୍ଥାନରେ ଟାଇଲ୍ କାମ କରି ନିଜ ପରିବାର ଚଳାଇ ଆସୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.