ମହିଳାଙ୍କୁ ହତ୍ୟା ! ଶାଢୀରେ ପଥର ବାନ୍ଧି ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ

କରଞ୍ଜିଆ(କେନ୍ୟୁଜ୍): ଅଜଣା ମହିଳାଙ୍କୁ ହତ୍ୟା ପରେ ଶାଢୀରେ ପଥର ବାନ୍ଧି ଏକ ପୋଖରୀ ଭିତରକୁ ଫିଙ୍ଗିଦେଲେ ଦୁର୍ବୃତ୍ତ। ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଥାନା ହାଣ୍ଡିପୁହାଁଣ ଗାଁର ଜଙ୍ଗଲ ନିକଟରେ ଥିବା ଏକ ପୋଖରୀରେ ମୃତଦେହକୁ ଭାସୁଥିବା ଦେଖିବାକୁ ମିଳିଛି। ଏନେଇ ଜାଣିବାପରେ  ଗାଁ ଲୋକେ ସଙ୍ଗେ ସଙ୍ଗେ ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳକୁ ଯଶୀପୁର ପୋଲିସ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି ମହିଳାଙ୍କ ଗଳିତ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଛନ୍ତି।

ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ୍ ଶବଟିକୁ ଜବତ କରିବା ସହ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି । ତେବେ କିଏ ଓ କାହିଁକି ଏ ମହିଳା ଜଣଙ୍କୁ ହତ୍ୟା କରି ଶାଢ଼ୀରେ ପଥର ବାନ୍ଧି ପୋଖରୀ ଭିତରକୁ ଫିଙ୍ଗିଦେଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.