ସତ କ’ଣ ଆତ୍ମହତ୍ୟା ନା ହତ୍ଯା? ଶିକ୍ଷୟତ୍ରୀଙ୍କ ମୃତ୍ୟୁକୁ ନେଇ ବାପଘର ଲୋକେ ଆଣିଲେ ସାଙ୍ଘାତିକ ଅଭିଯୋଗ

ଆଳି(କେନ୍ୟୁଜ୍): ବୋହୂକୁ ମାରିଦେଇ ଆତ୍ମହତ୍ୟାର ରୂପ! କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଖୁଣ୍ଟା ଗାଁରୁ ଆସିଛି ଏଭଳି ଏକ ଖବର। ବିବାହର ୧୦ବର୍ଷ ପରେ ଶାଶୁ ଘର ଲୋକେ ମିଳିମିଶି ବୋହୂକୁ ମାରିଦେଇ ଆତ୍ମହତ୍ୟାର ରୂପ ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକେ । ଏନେଇ ରାଜକନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା। ପୋଲିସ୍ ସ୍ୱାମୀକୁ ଅଟକ ରଖି ପଚରା ଉଚରା କରୁଛି।

ଅଭିଯୋଗ ମୁତାବକ ବାଂଶଡା ଥାନା ନେଢୁଆଳି ଗାଁର ନନ୍ଦ ସେଠିଙ୍କ ଝିଅ ଉର୍ମିଳା ସେଠି ୨୦୧୨ମସିହାରେ ରାଜକନିକା ଥାନା ଖୁଣ୍ଟା ଗାଁର ଅଭିମନ୍ୟୁ ସେଠିକୁ ବିବାହ କରିଥିଲେ। ବାହାଘରର କିଛି ବର୍ଷ ପରେ ଶାଶୁ ଘର ଲୋକ ବୋହୂକୁ ମାଡ଼ ମାରିବା ସହ ବିଭିନ୍ନ ପ୍ରକାରର ନିର୍ଯ୍ୟାତନା ଦେଇ ଆସିଥିଲେ। ଉର୍ମିଳା ଜଣେ ଶିକ୍ଷୟତ୍ରୀ ହୋଇଥିବାରୁ ସେ ସବୁ କଥାକୁ ସହି ଆସୁଥିଲେ। ହେଲେ ଗତକାଲି ରାତିରେ ସ୍ୱାମୀ, ଶାଶୁ ସହ ଘରର ଅନ୍ୟ ଲୋକ ମିଶି ଉର୍ମିଳାକୁ ମାଡ଼ ମାରି ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେଇଥିବାର ପୋଲିସରେ ଲିଖିତ ଅଭିଯୋଗ କରିଛନ୍ତି ଝିଅର ବାପା।

ଏପଟେ ଗତକାଲି ସ୍ତ୍ରୀର ଦେହ ଖରାପ ଅଛି ତୁରନ୍ତ ଆସିବାକୁ ଶ୍ବଶୁର ଘରକୁ ଖବର ଦେଇଥିଲେ ଉର୍ମିଳାର ସ୍ୱାମୀ। ଆଉ ଆଜି ଭୋର ସମୟରେ ଉର୍ମିଳା ଫାଶୀ ଦେଇ ଆତ୍ମହତ୍ୟା କରିଥିବାର ଶାଶୁ ଘର ଲୋକ ଖବର ଦେଇଥିଲେ। ହେଲେ ପରିବାର ଲୋକ ପହଂଚି ଦେଖି ଜାଣିବାକୁ ପାଇଥିଲେ ଯେ ଶାଶୁ ଘର ଲୋକ ମାରି ଦେଇଛନ୍ତି। ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସ୍ୱାମୀଙ୍କୁ ଅଟକ ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.