Below header

ପାଖାପାଖି ୫ ଲକ୍ଷ ଟଙ୍କା ମୂଲ୍ୟର ୨ଟି ହାତୀଦାନ୍ତ ଜବତ, ଶିକାରୀ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ହାତୀ ଦାନ୍ତ ଚୋରା ଚାଲାଣ ବେଳେ କ୍ରାଇମ୍‌ବ୍ରା‌ଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ। ଜଣେ ଶିକାରୀକୁ ଗିରଫ କରିଛି ଏସ୍‌ଟିଏଫ୍‌ ଟିମ୍‌। ଶିକାରୀ ଜଣକ କେନ୍ଦୁଝର ସଦର ଥାନା କାଳନ୍ଦା ଅଞ୍ଚଳର ରମାକାନ୍ତ ପ୍ରଧାନ। ତା ନିକଟରୁ ୫ କେଜି ୬୬୨ ଗ୍ରାମ୍‌ ଓଜନର ଦୁଇଟି ହାତୀଦାନ୍ତ ସହ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ କରାଯାଇଛି। ତେବେ ଜବତ ହାତୀଦାନ୍ତର ବଜାର ମୂଲ୍ୟ ପାଖାପାଖି ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ରମାକାନ୍ତ ସ୍ଥାନୀୟ ଜଙ୍ଗଲରୁ ଜଙ୍ଗଲୀ ଜୀବଜନ୍ତୁ ଅବାଧରେ ଶିକାର କରି ମାଫିଆଙ୍କୁ ଦାନ୍ତ, ନଖ, ଚମଡ଼ା ଆଦି ଯୋଗାଉଥିବା ନେଇ ବିଶେଷ ସୂତ୍ରରୁ ଏସ୍‌ଟିଏଫ୍‌ କୁ ଖବର ମିଳିଥିଲା । ସେବେଠାରୁ ଏସ୍‌ଟିଏଫ୍‌ ତା’ ଉପରେ କଡ଼ା ନଜର ରଖିଥିଲା। ଏହି ବେଆଇନ କାରବାରରେ ରମାକାନ୍ତ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି? ସେନେଇ ତନାଘନା ଚଳାଇଛି ଏସ୍‌ଟିଏଫ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.