ବଡ଼ଦାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ: ୧୨ ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ, ଅଚେତ ଅବସ୍ଥାରେ ୨ ପର୍ଯ୍ୟଟକ ଉଦ୍ଧାର

ପୁରୀ ସମ୍ରାଟ କମ୍ପଲେକ୍ସରେ ନିଆଁ ଲାଗିବା ଘଟଣାରେ ଉଦ୍ଧାରକାର୍ଯ୍ୟ ଜାରିରହିଛି । ପ୍ରଥମ ମହଲାକୁ ବ୍ୟାପିଛି ନିଆଁ। ଉପର ମହଲାରେ ବ୍ୟାଙ୍କ, ବ୍ୟାଙ୍କ୍ ଲକର ଓ ମାଲିକଙ୍କ ଡ୍ରେସ୍ ଓ ଗୋଦାମ ଘରକୁ ନିଆଁ ବ୍ୟାପିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି ।

ପୁରୀ (କେନ୍ୟୁଜ): ୧୧ ଘଣ୍ଟା ହେଲା ଜଳୁଛି ଲକ୍ଷ୍ମୀ ମାର୍କେଟ । ପ୍ରଥମ ମହଲାକୁ ବ୍ୟାପିଛି ନିଆଁ। ଉପର ମହଲାରେ ବ୍ୟାଙ୍କ, ବ୍ୟାଙ୍କ୍ ଲକର ଓ ମାଲିକଙ୍କ ଡ୍ରେସ୍ ଓ ଗୋଦାମ ଘରକୁ ନିଆଁ ବ୍ୟାପିଛି। ନିଆଁ ଲିଭାଇବାକୁ ଅଗ୍ନିଶମ ବିଭାଗର ଉଦ୍ୟମ ଜାରି ରହିଛି । ଅଚେତ ଅବସ୍ଥାରେ ଦୁଇ ଜଣଙ୍କ ସମେତ ଅନେକ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି ।

ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ବେଳେ ମରିଚିକୋଟ୍ ଛକରେ ଥିବା ଲକ୍ଷ୍ମୀ ମାର୍କେଟ୍ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ପୁରା ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ୬ଟି ଦମକଳ ଗାଡ଼ି ଏବଂ ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ । ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ଜଣାପଡିନାହିଁ । ଧୂଆଁରେ ୨ ଜଣ ଅଣନିଶ୍ୱାସୀ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମଳିଛି । ତେବେ ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.