ଲିଭୁନି ଶିମିଳିପାଳ ଜଙ୍ଗଲ, ନାକେଦମ ହେଲାଣି ବନବିଭାଗ

ଆଜି ଶିମିଳିପାଳରେ ୭୨ ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳରେ ୩୪ଟି ପଏଣ୍ଟ ଏବଂ ଦକ୍ଷିଣ ଶିମିଳିପାଳରେ ୩୮ଟି ପଏଣ୍ଟ ଜଳୁଛି । ଶିମିଳିପାଳର ୭ଟି ରେଞ୍ଜ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି।

କରଞ୍ଜିଆ (କେନ୍ୟୁଜ): ଲିଭୁନି ଶିମିଳିପାଳ ଜଙ୍ଗଲରେ ନିଆଁ । ଆଜି ଶିମିଳିପାଳରେ ୭୨ ପଏଣ୍ଟରେ ଲାଗିଛି ନିଆଁ । ଉତ୍ତର ଶିମିଳିପାଳରେ ୩୪ଟି ପଏଣ୍ଟ ଏବଂ ଦକ୍ଷିଣ ଶିମିଳିପାଳରେ ୩୮ଟି ପଏଣ୍ଟ ଜଳୁଛି । ଶିମିଳିପାଳର ୭ଟି ରେଞ୍ଜ ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି। ନିଆଁ ଲିଭେଇବା ପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ଅଛନ୍ତି ।

ନିଆଁ ଲାଗିବା ଦ୍ଵାରା ଚାରି ଆଡ଼େ ଧୂଆଁମୟ ପରିବେଶ ସୃଷ୍ଟି ହୋଇଛି । ଗୋଟିଏ ସ୍ଥାନରୁ ନିଆଁ ଲିଭାଇ ଫେରିବା ବେଳକୁ , ଆଉ ଗୋଟିଏ ସ୍ଥାନରେ ଲାଗୁଛି ନିଆଁ ଯାହା ଫଳରେ ନିଆଁ ଲିଭାଇବା ପାଇଁ ନାକେଦମ ହେଲାଣି ବନବିଭାଗ। ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଯୋଗୁଁ ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ଥିବା ଗାଁ ଗୁଡିକରେ ଧୂଆଁମୟ ହୋଇଯାଇଛି ।

ଶିମିଳିପାଳରେ ନିଆଁ ଲାଗିବା ଯୋଗୁଁ ବିପଦରେ ବନ୍ୟଜନ୍ତୁ । ନିଆଁ ଲାଗି ଅନେକ ମୂଲ୍ୟବାନ ଗଛ ପୋଡି ନଷ୍ଟ ହେଉଛି। ନିଆଁ ଲିଭାଇବା ପାଇଁ ବନବିଭାଗର କର୍ମଚାରୀ ମାନେ ନିୟୋଜିତ ଥିଲେ ବି ନିଆଁକୁ ଆୟତ୍ତ କରିପାରି ନାହିଁନ୍ତି । ବିଗତ ବର୍ଷରେ ଶିମିଳିପାଳରେ ନିଆଁ ଲାଗିଲେ ଅଗ୍ନିଶମ ବିଭାଗ କର୍ମଚାରୀ ଏବଂ ଓଡ୍ରାଫ ଟିମକୁ ନିୟୋଜିତ କରିଥାନ୍ତି କିନ୍ତୁ ଏପର୍ଯ୍ୟନ୍ତ କାହିଁକି ନିୟୋଜିତ କରାଯାଉ ନାହଁ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଜନସାଧାରଣ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.